
ପାପଡ଼ାହାଣ୍ଡି : କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଭୟଭୀତ। ଏଥିରେ ସଂକ୍ରମଣ ହୋଇ ଦୈନିକ ଶତାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ହେଲେ ବୟସର ଅପରାହ୍ଣରେ ଜଣେ ବୃଦ୍ଧ କରୋନାକୁ ମାତ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ବୃଦ୍ଧ ଜଣଙ୍କ ହେଲେ ପାପଡ଼ାହାଣ୍ଡି ବ୍ଲକ୍ ସଦର ମହକୁମାର ଅବଦୁର ରେହମାନ ଖାନ୍ (୯୮ ବର୍ଷ)। ରେହମାନ ଗତ ମେ ମାସ ୨୬ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଘରୋଇ ଚିକିତ୍ସାରେ ରହି ପ୍ରାୟ ଏକ ମାସ ପରେ ସୁସ୍ଥ ହୋଇଛନ୍ତି। ନିଜ କାମ ନିଜେ କରିବା ସହ ଚଲାବୁଲା ବି କରିପାରୁଛନ୍ତି। ଏ ନେଇ ପରିବାରରେ ଉତ୍ସବର ମାହୋଲ ସୃଷ୍ଟିହୋଇଛି। ବୃଦ୍ଧ ବୟସରେ କରୋନାକୁ ହରାଇ ଆରୋଗ୍ୟ ଲାଭ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
The post କରୋନାକୁ ହରାଇଲେ ୯୮ ବର୍ଷୀୟ ବୃଦ୍ଧ first appeared on Sambad.from କରୋନା | Sambad https://ift.tt/3hp38TM
0 Comments