ଭୁବନେଶ୍ବର: ଇସିଏମଓ ଚିକିତ୍ସାକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଇସିଏମଓ ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା। ସମଗ୍ର ଦେଶରେ ୨୧ଟି ପଞ୍ଜିକୃତ ଇସିଏମଓ ୟୁନିଟ ଅଛି ବୋଲି କହିଛନ୍ତି ସିବିକେ ମହାନ୍ତି। କିନ୍ତୁ ଏବେ କୋଭିଡ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଯାଇଛି। ତେଣୁ ଆମେ ମଧ୍ୟ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରୁଛୁ, ଯାହା କଟକର ଏସସିବିରେ ରହିବ।
ଇସିଏମଓ ୟୁନିଟ ଚଳାଇବା ପାଇଁ ମାନବ ସମ୍ବଳର ଅଭାବ ଅଛି। ତେଣୁ ଧୀରେ ଧୀରେ ଆମେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହି ୟୁନିଟ ସ୍ଥାପନ କରିବାକୁ ବ୍ୟବସ୍ଥା କରିବୁ। ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ଏପର୍ଯ୍ୟନ୍ତ କୋୖଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୭ଟି ଔଷଧକୁ ପରୀକ୍ଷାମୂଳକ ଭାବେ ଜରୁରୀକାଳୀନ ବ୍ୟବହାର କରାଯାଇଛି। ଏକ କମିଟି ଏହି ସବୁ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି । ତେଣୁ ଏହି ଟାସ୍କଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ବୋଲି କହିଛନ୍ତି ଡିଏମଇଟି।
The post ଇସିଏମଓ ଚିକିତ୍ସାକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : ପ୍ରାଥମିକ ସ୍ତରରେ କଟକରେ ଆରମ୍ଭ ହେବ ଏହି ସୁବିଧା first appeared on Sambad.from କରୋନା | Sambad https://ift.tt/3z5R9CL
0 Comments