ନୂଆଦିଲ୍ଲୀ: କୋଭିଡ୍‌-୧୯ ଚିକିତ୍ସାରେ ‘ଆଇଭର୍‌ମକ୍ଟିନ୍‌’ ଏବଂ ‘ଡକ୍ସିସାଇକ୍ଲିନ୍‌’ ନିଷେଧ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ପରିବାର କଲ୍ୟାଣର ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ହେଲ୍‌ଥ୍‌ ସର୍ଭିସେସ୍‌’ (ଡିଜିଏଚ୍‌ଏସ୍‌) ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଲକ୍ଷଣହୀନ ଏବଂ ଆଂଶିକ ସଂକ୍ରମଣ କ୍ଷେତ୍ରରେ ‘ଆଣ୍ଟିପାଇରେଟିକ୍‌’ ଏବଂ ‘ଆଣ୍ଟିଟ୍ୟୁସିଭ୍‌’ ବ୍ୟତୀତ ନୂଆ ମାର୍ଗଦର୍ଶିକାରେ ବାକି ସମସ୍ତ ଔଷଧକୁ ବାଦ ଦିଆଯାଇଛି।

କିନ୍ତୁ, ଏହି ମାର୍ଗଦର୍ଶିକାକୁ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍ ମେଡିକାଲ୍‌ ରିସର୍ଚ’ ଅନୁମୋଦନ କରି ନ ଥିବାରୁ ଏ ସଂକ୍ରାନ୍ତରେ ମତାନ୍ତର ଥିବା ପରି ମନେହେଉଛି।

Image Courtesy of Business Today

ତେଣେ, ‘ରେମ୍‌ଡେସିଭିୟର୍‌’ ସକ୍ରାନ୍ତରେ ‘ଡିଜିଏଚ୍‌ଏସ୍‌’ ମାର୍ଗଦର୍ଶିକା କହିଛି ଯେ, ବିଶ୍ବବ୍ୟାପୀ କେବଳ ସୀମିତ ବୈଜ୍ଞାନିକ ପ୍ରମାଣକୁ ଭିତ୍ତିକରି ‘ଡିସିଜି(ଆଇ)’ ଏହାକୁ ‘ଜରୁରୀକାଳୀନ ବ୍ୟବହାର ପାଇଁ ଅଧିକୃତ’ କରିଛି। କେବଳ ଆଂଶିକରୁ ସାଙ୍ଘାତିକ ସଂକ୍ରମିତ ହେବାର ୧୦ ଦିନ ମଧ୍ୟରେ ଅକ୍ସିଜେନ୍‌ ଗ୍ରହଣ କରି ଚିକିତ୍ସାଧୀନ ଥିବା ରୋଗୀଙ୍କ କ୍ଷେତ୍ରରେ ‘ରେମ୍‌ଡେସିଭିୟର୍‌’ ପ୍ରୟୋଗ କରିହେବ। କ୍ଷତି କରିବାର ସମ୍ଭାବନା ଥିବାରୁ ପରୀକ୍ଷାମୂଳକ ଭାବେ ଦିଆଯାଉଥିବା ‘ରେମ୍‌ଡେସିଭିୟର୍‌’ ପ୍ରୟୋଗ ବେଳେ ଡାକ୍ତରମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ।

The post କୋଭିଡ୍‌-୧୯ ଚିକିତ୍ସାରୁ ବାଦ ପଡ଼ିଲା ‘ଆଇଭର୍‌ମକ୍ଟିନ୍‌’ ଏବଂ ‘ଡକ୍ସିସାଇକ୍ଲିନ୍‌’ first appeared on Sambad.

from କରୋନା | Sambad https://ift.tt/3uYaMcw