ଭୁବନେଶ୍ବର: ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ୱରରେ ବି ତଳକୁ ଖସୁଛି କରୋନା ଗ୍ରାଫ୍। ଯଦି ଆମେ ଗତ ୭ଦିନର କରୋନା ରିପୋର୍ଟ ଉପରେ ନଜର ପକାଇବା ତେବେ, ମେ ୩୧ ତାରିଖରେ ୮୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୦୪୬ ଜଣ ସୁସ୍ଥ ହୋଇଥିଲେ । ସେହିଭଳି ଜୁନ୍ ୧ ତାରିଖରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲା । ଜୁନ୍ ୧ତାରିଖ ଦିନ ୯୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ୧୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଜୁନ୍ ୨ତାରିଖରେ ୯୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥହାର ବୃଦ୍ଧି ପାଇଥିଲା । ଜୁନ୍ ୨ରେ ୧୧୦୨ ସୁସ୍ଥ ହୋଇଥିଲେ । ଜୁନ୍ ୩ରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମି ୮୯୮କୁ ଖସିଥିଲା, ସେହି ପରିମାଣରେ ସୁସ୍ଥ ସଂଖ୍ୟା ମଧ୍ୟ ବଢିଥିଲା। ଜୁନ୍ ୩ରେ ୧୨୨୮ଜଣ ସୁସ୍ଥ ହୋଇଥିଲେ । ଜୁନ୍ ୪ରେ ୭୫୩ ଆକ୍ରାନ୍ତ ଚିହ୍ନଟ, ୧୨୭୫ ସୁସ୍ଥ ହୋଇଥିଲେ । ଜୁନ୍ ୫ରେ ୫୯୨ ଆକ୍ରାନ୍ତ ଚିହ୍ନଟ, ୧୨୫୫ ସୁସ୍ଥ । ଗତ ୬ତାରିଖ ଅର୍ଥାତ୍ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ୫୬୬ରେ ପହଞ୍ଚିଛି , ସେହିଭଳି ସୁସ୍ଥହାର ୧୨୩୧କୁ ବୃଦ୍ଧି ପାଇଛି।
ସେପଟେ ଯଦି ଭବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ନଜର ପକାଇବା ତାହେଲେ, ଗତକାଲି ସଂନ୍ଧ୍ୟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୪୫୮ ରହିଛି । ସେହିଭଳି ସୁସ୍ଥ ସଂଖ୍ୟା ୭୧,୩୧୩ । ମୃତ୍ୟୁ ସଂଖ୍ୟା ୩୫୫ ଏବଂ ସକ୍ରିୟଙ୍କ ସଂଖ୍ୟା ୮,୭୯୬ ରହିଛି।

The post ରାଜଧାନୀରେ କମୁଛି ସଂକ୍ରମଣ: ବଢୁଛି ସୁସ୍ଥହାର first appeared on Sambad.

from କରୋନା | Sambad https://ift.tt/3cnYgg3