
ସଂକ୍ରମଣ ହାର କମିବାର ଥିଲା ଓ ଆଗକୁ ଆହୁରି କମିବ। ତେବେ ଏହା ସାଧାରଣ ଲୋକଙ୍କ ଉପରେ ନିର୍ଭର କରୁଛି। ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ। ଡେଲଟା ପ୍ଲସ୍ ଯୋଗୁଁ ତୃତୀୟ ଲହରି ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଯାଏ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡେଲଟାର ଅନ୍ୟ ଭାରିଆଣ୍ଟକୁ ଭିନ୍ନ ଷ୍ଟ୍ରେନ୍ ଭାବେ ଗ୍ରହଣ କରିନାହିଁ। ଏବେ ବି ଏହାର ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି।
ଆଗକୁ ଏହା କି ପ୍ରଭାବ ପକାଇବ ତାହା ପରେ ଜଣାପଡିବ। ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଦ୍ବିତୀୟ ଓ୍ବେଭ୍ରେ ହୋଇଥିବା ଭୁଲ୍ ଯେଭଳି ପୁଣି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଭୁବନେଶ୍ୱର ଆଇସିଏମ୍ଆର୍ ରିସର୍ଚ ଅନୁଯାୟୀ, ୩୫୪ ଲୋକଙ୍କ ମଧ୍ୟରୁ ୨୭୪ ଜଣଙ୍କ ମଧ୍ୟରେ ଡବଲ୍ ଡୋଜ୍ର ସୁଫଳ ମିଳିଛି। ଡବଲ୍ ଡୋଜ୍ ଟିକା ନେବା ପରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ହୋଇଛି। ସିଙ୍ଗଲ୍ ଡୋଜ୍ ଟିକା ନେବା ପରେ ମୃତ୍ୟୁ ହାର ଅନେକାଂଶରେ କମ୍ ହେଉଛି। ଆଗକୁ ସିଙ୍ଗଲ୍ ଡୋଜ୍ ଟିକା ଆସିବା ସମ୍ଭାବନା ରହିଛି।
The post ସଂକ୍ରମଣ ହାର ଆହୁରି କମିବ first appeared on Sambad.from କରୋନା | Sambad https://ift.tt/2SrTkzY
0 Comments