
ନୂଆଦିଲ୍ଲୀ : ଦେଶର ୧୧ଟି ରାଜ୍ୟର ୧୮ଟି ଜିଲ୍ଲାରେ ୪୮ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍ଟା ପ୍ଲସ୍ ମାମଲା ରହିଛି। ଚିନ୍ତାଜନକ ପ୍ରଜାତି ଭାବେ ଏହି ରୂପାନ୍ତରିତ କରୋନା ଭୂତାଣୁକୁ ଘୋଷଣା କରାଯାଇଛି। ଏହା କେବଳ ଭାରତରେ ସୀମିତ ନାହିଁ ବିଶ୍ବର ୧୨ଟି ଦେଶରେ ଏହି ପ୍ରଜାତି ଚିହ୍ନଟ ହୋଇଛି। ଡେଲ୍ଟା ପ୍ଲସ୍ ପ୍ରଜାତିର ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଦୁଇଜଣ ଏବଂ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଛି।
ପୂର୍ବରୁ ମଧ୍ୟ ପ୍ରଦେଶରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ରେ ସଂକ୍ରମିତ ଜଣେ ରୋଗୀଙ୍କୁ ମୃତ୍ୟୁ ହୋଛଇ। ମହାରାଷ୍ଟ୍ରର ରତ୍ନଗିରିରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇ ପ୍ରାଣ ହାରିଛନ୍ତି। ତେବେ ମୃତକଙ୍କର ଅନ୍ୟ ବୟସାଧିକ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ୍ ପ୍ରଜାତି ଦ୍ବାରା ସଂକ୍ରମିତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ରାଜ୍ୟରେ ମଧ୍ୟ ଆଉ ୨ଟି ନୂଆ ମାମଲା ଚିହ୍ନଟ ହୋଇଛି।
The post ୩ ଜଣଙ୍କ ଜୀବନ ନେଲାଣି ଡେଲ୍ଟା ପ୍ଲସ୍, ୧୮ଟି ଜିଲ୍ଳାରେ ୪୮ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/3h52MBz
0 Comments