
ଚନ୍ଦ୍ରଶେଖରପୁର : ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମର ଉତ୍ତର ଜୋନ୍ରେ ବ୍ୟବସାୟୀମାନଙ୍କ ସାମୂହିକ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି। ସ୍ଥାନୀୟ ନୀଳାଦ୍ରିବିହାର ତାରିଣୀ ମାର୍କେଟ୍ରେ ଥିବା ପରିବା, ମାଛ ଓ ମାଂସ ବ୍ୟବସାୟୀଙ୍କ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ଆରମ୍ଭରେ ବିଏମ୍ସି ଅତିରିକ୍ତ କମିସନର୍ ଲକ୍ଷ୍ମୀକାନ୍ତ ସେଠୀ ଓ ଜୋନାଲ୍ ଡେପୁଟି କମିସନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀଙ୍କୁ କୋଭିଡ୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ। ପରୀକ୍ଷଣରୁ କୋଭିଡ୍ ପଜିଟିଭ୍ ବାହାରିଲେ, ସେମାନଙ୍କର ଆବଶ୍ୟକ ଯତ୍ନ ଓ ଚିକିତ୍ସା ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ କରାଯିବ। ତେଣୁ ସ୍ବେଚ୍ଛାକୃତ ଭାବେ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା।
ଡେପୁଟି କମିସନର ଶ୍ରୀ ନନ୍ଦ କହିଛନ୍ତି ଯେ ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି। ତେଣୁ ତାଙ୍କର କୋଭିଡ୍ ସ୍ଥିତି ଜାଣି ହେଲେ ତାଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବ ନାହିଁ। ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ବାସ୍ଥ୍ୟକୁ ଜଗି ପାରିବେ। ଜଣେ ବ୍ୟବସାୟୀ ଅତି କମ୍ରେ ୩୦ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି। ତେଣୁ ସେମାନେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଣ୍ଟାଇବା ସହଜ ହେବ। ଏଥିପାଇଁ ଉତ୍ତର ଜୋନ୍ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷା କରିବାର ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି।
The post ଉତ୍ତର ଜୋନ୍ରେ ବ୍ୟବସାୟୀଙ୍କ କୋଭିଡ୍ ପରୀକ୍ଷା first appeared on Sambad.from କରୋନା | Sambad https://ift.tt/34PWv7e
0 Comments