ଭୁବନେଶ୍ବର : ରାଜଧାନୀରେ ଶୁକ୍ରବାର କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୭୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୦ ହଜାର ୧୩୧ ଜଣ ସଂକ୍ରମିତ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୭୫୩ ଜଣଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ରୁ ୧୨୬ ଥିବା ବେଳେ ୬୨୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

କ୍ବାରାଣ୍ଟିନ୍‌ରୁ ବାହାରିଥିବା ୧୨୬ଜଣଙ୍କ ମଧ୍ୟରୁ ଝାରପଡ଼ାରୁ ସର୍ବାଧିକ ୧୫ଜଣ ରହିଛନ୍ତି। ଲକ୍ଷ୍ମୀସାଗରରୁ ୧୪ଜଣ ରହିଥିବା ବେଳେ ନୟାପଲ୍ଲୀରୁ ୮, ଚନ୍ଦ୍ରଶେଖରପୁରରୁ ୭, ପଟିଆ ଓ ଖଣ୍ଡଗିରିରୁ ୬ ଜଣ ଲେଖାଏଁ, ୟୁନିଟ୍‌-୬, ଶୈଳଶ୍ରୀବିହାର, ସାମନ୍ତରାପୁର, ବରମୁଣ୍ଡାରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ୬୨୨ ଜଣଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୪୭ଜଣ ରହିଥିବା ବେଳେ ନୟାପଲ୍ଲୀରୁ ୪୨ଜଣ ଅଛନ୍ତି। ଏହାବ୍ୟତୀତ ଚନ୍ଦ୍ରଶେଖରପୁରରୁ ୨୮, ଶୈଳଶ୍ରୀବିହାରରୁ ୨୭, ଝାରପଡ଼ାରୁ ୨୨, ଲକ୍ଷ୍ମୀସାଗରରୁ ୨୦, ବଡ଼ଗଡ଼ରୁ ୧୯, ଖଣ୍ଡଗିରିରୁ ୧୮, ଡୁମୁଡୁମା ଓ ମଞ୍ଚଶ୍ବରରୁ ୧୬ଜଣ ଲେଖାଏଁ, ବରମୁଣ୍ଡା ଓ ପାତ୍ରପାଡ଼ାରୁ ୧୩ ଜଣ ଲେଖାଏଁ, ବମିଖାଲ, ୟୁନିଟ୍‌-୬, ସହିଦନଗର ଓ ଆଚାର୍ଯ୍ୟ ବିହାରରୁ ୧୨ ଜଣ ଲେଖାଏଁ, ବିଜେବି ନଗରରୁ ୧୧, ଆଇଆରସି ଭିଲେଜ୍‌, ୟୁନିଟ୍‌-୮, ନୀଳାଦ୍ରିବିହାର ଓ କଳିଙ୍ଗବିହାରରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ସହରର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବହୁ ଆକ୍ରାନ୍ତ ବାହାରିଛନ୍ତି।

The post ରାଜଧାନୀରେ ୭୫୩ ଆକ୍ରାନ୍ତ, ୧୨୭୫ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/3cfY02r