
ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କୋଭିଡରୁ ସୁସ୍ଥ ହୋଇ ୧୨ ଦିନ ପରେ ଘରକୁ ଫେରିଛନ୍ତି। ଏଥିପାଇଁ ସେ ହସ୍ପିଟାଲର ଡାକ୍ତର, ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ମହାପାତ୍ର କୋଭିଡରେ ସଂକ୍ରମଣ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଅଧିକାଂଶ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ବିଧାୟକ ଓ ବନ୍ଧୁମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଙ୍କର ଅନେକ ଶୁଭେଚ୍ଛୁ ଓ ସମର୍ଥକ ବିଭିନ୍ନ ମନ୍ଦିରରେ ହୋମ, ଯଜ୍ଞ କରି ପୂଜାର୍ଚ୍ଚନା କରିଥିଲେ। ଏଥିପାଇଁ ସେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି। ହସ୍ପିଟାଲରେ ଥାଇ ଶ୍ରୀ ମହାପାତ୍ରଙ୍କ ସମସ୍ତ ପ୍ରକାର ଶାରୀରିକ ପରୀକ୍ଷା କରାଯାଇଥିଲା। କୌଣସି ପରୀକ୍ଷାରେ ସମସ୍ୟା ଦେଖାଯାଇନଥିଲା। ସେଥିପାଇଁ ୧୨ ଦିନ ପରେ ଡାକ୍ତରମାନେ ତାଙ୍କୁ ଡିସ୍ଚାର୍ଜ କରିଛନ୍ତି। ଏବେ ଆଉ ୧୦ ଦିନ ଘରେ ସଙ୍ଗରୋଧରେ ଶ୍ରୀ ମହାପାତ୍ର ରହିବେ। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦରୁ ସୁସ୍ଥ ହୋଇ ଫେରିଥିବା ସେ ଟ୍ବିଟ୍ କରିଛନ୍ତି।
The post ସୁସ୍ଥ ହୋଇ ଫେରିଲେ ବିଜୟ ମହାପାତ୍ର first appeared on Sambad.from କରୋନା | Sambad https://ift.tt/3uSyx5R
0 Comments