
ନୂଆଦିଲ୍ଲୀ: ‘କୋ ୱିନ୍’ରୁ ତଥ୍ୟଚୋରି ହୋଇଥିବା ରିପୋର୍ଟକୁ ଖଣ୍ଡନ କରି ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିବୃତି ଜାରି କରି କହିଛି ଯେ, ତଥ୍ୟଚୋରି ରିପୋର୍ଟ ‘ମିଥ୍ୟା’ ଓ ‘ଭିତ୍ତିହୀନ’। ‘କୋ ୱିନ୍’ ସମସ୍ତ ଟିକାକରଣ ତଥ୍ୟାବଳି ନିରାପଦ ଏବଂ ସୁରକ୍ଷିତ ଡିଜିଟାଲ୍ ପରିସରରେ ଗଚ୍ଛିତ ରଖୁଛି।
ଗୁରୁବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ହ୍ୟାକର୍ ଗ୍ରୁପ୍ ‘କୋ ୱିନ୍’ରେ ପଞ୍ଜିକୃତ ପ୍ରାୟ ୧୫୦ ନିୟୁତ ବ୍ୟବହାରକାରୀଙ୍କ ତଥ୍ୟାବଳି ହାସଲ କରିନେଇ ବିକ୍ରି କରିବାକୁ ବାହାରିଛନ୍ତି।
ଏହି ରିପୋର୍ଟ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଲା ଯେ, ‘ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି’ର ‘କମ୍ପ୍ୟୁଟର୍ ରେସ୍ପନ୍ସ୍ ଟିମ୍’ ଏ ଘଟଣାର ତଦନ୍ତ କରୁଛି। କିନ୍ତୁ, ‘କୋ ୱିନ୍’ ପରିସର ବ୍ୟତୀତ କୌଣସି ବାହାର ସଂସ୍ଥାକୁ ‘କୋ ୱିନ୍’ ତଥ୍ୟାବଳି ସେୟାର୍ କରାଯାଇନାହିଁ।
ଏ ସଂକ୍ରାନ୍ତରେ ଔପଚାରିକ ବିବୃତି ଜାରି କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି, ‘କୋ ୱିନ୍’ ପ୍ଲାଟ୍ଫର୍ମ ହ୍ୟାକ୍ ହୋଇଛି ବୋଲି କେତେକ ଭିତ୍ତିହୀନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ସବୁ ମିଥ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ‘ଏମ୍ପାୱାର୍ଡ ଗ୍ରୁପ୍ ଅନ୍ ଭ୍ୟାକ୍ସିନ୍ ଆଡ୍ମିନିଷ୍ଟ୍ରେସନ୍’ ‘ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି’ର ‘କମ୍ପ୍ୟୁଟର୍ ରେସ୍ପନ୍ସ୍ ଟିମ୍’ଦ୍ବାରା ଏ ଘଟଣାର ତଦନ୍ତ କରାଉଛି।
ସଦ୍ୟତମ ସୂଚନା ଅନୁସାରେ, ‘ଏମ୍ପାୱାର୍ଡ ଗ୍ରୁପ୍ ଅନ୍ ଭ୍ୟାକ୍ସିନ୍ ଆଡ୍ମିନିଷ୍ଟ୍ରେସନ୍’ର ଅଧ୍ୟକ୍ଷ ଡାକ୍ତର ଆର୍ଏସ୍ ଶର୍ମା ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିତାଧିକାରୀମାନଙ୍କ ‘ଜିଓ-ଲୋକେସନ୍’ ଭଳି ତଥ୍ୟାବଳି ସବୁ ଚୋରି ହୋଇଛି ବୋଲି ଯାହା ଅଭିଯୋଗ କରାଯାଉଛି ସେ ସବୁ ‘କୋ ୱିନ୍’ ମୂଳରୁ ସଂଗ୍ରହ ମଧ୍ୟ କରିନାହିଁ।
The post ‘ମିଥ୍ୟା’ ଓ ‘ଭିତ୍ତିହୀନ’ କହି ‘କୋ ୱିନ୍’ ତଥ୍ୟଚୋରି ରିପୋର୍ଟକୁ ଖଣ୍ଡନ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ first appeared on Sambad.from କରୋନା | Sambad https://ift.tt/2TY4Gfz
0 Comments