ଡାକ୍ତରଙ୍କୁ ଦେବଦୂତ କହି କୋଭିଡ୍‌ ଟିକା ନେବେ ବୋଲି କହିଲେ ରାମଦେବ

ଡେରାଡୁନ୍‌: ଯୋଗ ଏବଂ ଆୟୁର୍ବେଦଦ୍ବାରା ସୁରକ୍ଷିତ ଥିବାରୁ କୋଭିଡ୍-୧୯ ଟିକା ନେବେ ନାହିଁ ବୋଲି ପୂର୍ବରୁ କହିଥିବା ଯୋଗ ଗୁରୁ ବାବା ରାମଦେବ ଗୁରୁବାର ଦିନ ଡାକ୍ତରମାନଙ୍କୁ ‘ବିଶ୍ବରେ ଦେବତାଙ୍କ ଦୂତ’ ଭାବେ ବର୍ଣ୍ଣନା କରି ଟିକା ନେବେ ବୋଲି କହିଛନ୍ତି।

ହରିଦ୍ବାରରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଦୁଇ ଡୋଜ୍‌ ଟିକା ନିଅନ୍ତୁ ଏବଂ ଯୋଗ ଓ ଆୟୁର୍ବେଦ ଭଳି ଦୁଇଗୁଣ ସୁରକ୍ଷା ମଧ୍ୟ ଗ୍ରହଣ କରନ୍ତୁ। ସମ୍ମିଳିତ ହୋଇ ସେମାନେ ଏଭଳି ଟାଣୁଆ ସୁରକ୍ଷା ଢାଲ ସାଜିବେ ଯେ, ଜଣେ ହେଲେ ବି କୋଭିଡ୍‌ରେ ମରିବେ ନାହିଁ।

Image Courtesy of NDTV

ନିଜେ କେବେ ଟିକା ନେବେ ବୋଲି ପଚାରାଯିବାରୁ ସେ କହିଲେ, ଖୁବ୍‌ ଶୀଘ୍ର। ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ସହ ଚାଲିଥିବା ମତାନ୍ତର ବାବଦ ପ୍ରଶ୍ନର ଉତ୍ତର ଦେଇ ରାମଦେବ କହିଲେ, ତାଙ୍କର କୌଣସି ସଂସ୍ଥାନ ସହ କୌଣସି ପ୍ରକାରର ଶତ୍ରୁତା ନାହିଁ। କିନ୍ତୁ, ଔଷଧ ନାମରେ ଜନତାଙ୍କୁ ଶୋଷଣ କରାଯିବାକୁ ସେ ବିରୋଧ କରନ୍ତି। ‘ଜେନେରିକ୍‌’ ଔଷଧ ପରିବର୍ତ୍ତେ ଅନେକ ଡାକ୍ତର ଦାମିକା ଔଷଧ ଲେଖିବା କାରଣରୁ ‘ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର’ ଖୋଲିବାକୁ ପଡ଼ିଲା। ସେଠାରେ ଖୁବ୍‌ ଶସ୍ତାରେ ଔଷଧ ମିଳୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ଜରୁରୀ ଓ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏଲୋପାଥି ସର୍ବୋତ୍ତମ। ମୁଁ କୌଣସି ସଂସ୍ଥାନର ବିରୋଧ କରେନାହିଁ। ଉତ୍ତମ ଡାକ୍ତରମାନେ ହେଉଛନ୍ତି ବାସ୍ତବରେ ଦେବ ପ୍ରେରିତ। ବିଶ୍ବରେ ସେମାନେ ଦେବଦୂତ। କିନ୍ତୁ, ଜଣେ ଅଧେ ଡାକ୍ତର ଭୁଲ୍‌ କାମ କରି ପକାଉଛନ୍ତି।

The post ଡାକ୍ତରଙ୍କୁ ଦେବଦୂତ କହି କୋଭିଡ୍‌ ଟିକା ନେବେ ବୋଲି କହିଲେ ରାମଦେବ first appeared on Sambad.

from କରୋନା | Sambad https://ift.tt/3zgS8Qx

Post a Comment

0 Comments