ନୂଆଦିଲ୍ଲୀ : ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ ତଥା ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ ବିଟା ଓ ଡେଲ୍‌ଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ସଂକ୍ରମଣ ବିରୋଧରେ ଦୃଢ଼ ସୁରକ୍ଷା ଯୋଗାଇପାରୁଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି।

ଏହି ଡେଲ୍‌ଟା ପ୍ରଜାତି(ବି.୧.୬୧୭.୨) ପ୍ରଥମେ ଭାରତରେ ଠାବ ହେବା ସହ ଦେଶରେ ସମ୍ପ୍ରତି ସବୁଠୁ ପ୍ରଭାବୀ କରୋନାଭୂତାଣୁ ହୋଇଥିବା ବେଳେ ବେଲେ ବିଟା ପ୍ରଜାତି(ବି.୧.୩୫୧) ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଦେଖାଦେଇଥିଲା। ତେବେ ପୁଣେ ସ୍ଥିତ ଜାତୀୟ ଭୂତାଣୁବିଜ୍ଞାନ ପ୍ରତିଷ୍ଠାନ (ଏନ୍‌ଆଇଭି), ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ଓ ଭାରତ ବାୟୋଟେକ୍‌ର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ଏହି ଅନୁଧ୍ୟାନରେ ୩୭ ଜଣଙ୍କ ଠାରୁ ସଂଗୃହୀତ ନମୁନା ସାମିଲ ହୋଇଥିଲା। ସେମାନଙ୍କ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ୨୦ ଜଣ କୋଭିଡ୍‌ ପୀ଼ଡ଼ିତ ଥିବା ବେଳେ ଅନ୍ୟ ୧୭ ଜଣ ୨୮ ଦିନ ଅନ୍ତରରେ କୋଭାକ୍ସିନ୍‌ର ଦୁଇଟି ଯାକ ମାତ୍ରା ନେଇ ସାରିଥିଲେ। ସେଥିରୁ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତିଙ୍କ ଠାରେ ଉଭୟ ଡେଲ୍‌ଟା ଓ ବିଟା ପ୍ରଜାତି କରୋନାଭୂତାଣୁଠାରୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ଆଣ୍ଟିବଡି ବିକଶିତ ହୋଇଥିବା ଦାବି କରାଯାଇଛି।

ଏଠାରେ ସ୍ମରଣଯୋଗ୍ୟ, ଭାରତରେ କୋବିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣ ବିଭୀଷିକା ପାଇଁ ଏହି ଡେଲ୍‌ଟା ପ୍ରଜାତି ଦାୟୀ ଥିବା ଏକ ସରକାରୀ ସର୍ବେକ୍ଷଣରୁ ଜଣାଇଯାଛି।

The post ବିଟା, ଡେଲ୍‌ଟା ପ୍ରଜାତିଠାରୁ କୋଭାକ୍ସିନ୍‌ ସୁରକ୍ଷା ଯୋଗାଉଛି: ସର୍ବେକ୍ଷଣ first appeared on Sambad.

from କରୋନା | Sambad https://ift.tt/3xdnsOq