ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ ଇ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋର୍ବେଭାକ୍ସ ଦେଶର ସବୁଠୁ ଶସ୍ତା କରୋନା ଟିକା ହୋଇପାରେ। ଏପରିକି ଦୁଇଟି ଡୋଜ୍‌ କୋର୍ବେଭାକ୍ସ ଟିକାର ମୂଲ୍ୟ ୫୦୦ ଟଙ୍କା ରହିପାରେ। ଏପରିକି ୪୦୦ ଟଙ୍କାରେ ମଧ୍ୟ ମିଳିବା ସମ୍ଭାବନା ରହିଛି। ତେବେ ଚୂଡ଼ାନ୍ତ ମୂଲ୍ୟ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଉକ୍ତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି ଏବଂ ଜରୁରୀକାଳୀନ ବ୍ୟବହାର ପାଇଁ ଏହା ମଞ୍ଜୁରି ଅପେକ୍ଷାରେ ରହିଛି। ଉକ୍ତ କମ୍ପାନିଠାରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ୩୦ କୋଟି ଟିକା ଡୋଜ୍ କିଣିବା ପାଇଁ ଆଗୁଆ ରାଜିନାମା ଗତ ଗୁରୁବାର କରିସାରିଛି। ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ଅତି ଉତ୍ତମ ରହିଛି। ତେବେ ଆସନ୍ତା କିଛିମାସ ମଧ୍ୟରେ ଏହି ଟିକା ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି।

ଅକ୍ସଫୋର୍ଡ-ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍‌ଡ ଟିକାର ଦୁଇଟି ଡୋଜ୍ ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୬୦୦ ଟଙ୍କା ଥିବାବେଳେ ଘରୋଇ ହସ୍ପିଟାଲରେ ଏହାର ମୂଲ୍ୟ ୧୨୦୦ ଟଙ୍କା ରହିଛି। ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଦୁଇଟି ଡୋଜ୍ ମୂଲ୍ୟ ସରକାରଙ୍କ ପାଇଁ ୮୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୨୪୦୦ ଟଙ୍କା ରଖାଯାଇଛି। ଅନ୍ୟପକ୍ଷରେ ରୁଷ ନିର୍ମିତ ସ୍ପୁଟନିକ୍ ଭି ଟିକା ମୂଲ୍ୟ ଡୋଜ୍‌ ପିଛା ୯୯୫ ଟଙ୍କା ରହିଛି।

The post କୋର୍ବେଭାକ୍ସ ହେବ ଦେଶର ସବୁଠୁ ଶସ୍ତା ଟିକା, ୨ଟି ଡୋଜ୍‌ର ମୂଲ୍ୟ ୫୦୦ ଟଙ୍କା ରହିପାରେ first appeared on Sambad.

from କରୋନା | Sambad https://ift.tt/3fSK2WA