
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ହୋଇ ଯାଇଥିବା ବେଳେ ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ କଥା ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ମୁକେଶ ମହାମାରୀରେ କଲବଲ ହେଉଥିବା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦାନ କରିବା ପାଇଁ ସେ ତାଙ୍କ ପୂରା ବର୍ଷକର ଦରମା ତ୍ୟାଗ କରିଛନ୍ତି। ଅର୍ଥାତ, ମୁକେଶ ତାଙ୍କ ଫ୍ଲାଗସିପ୍ ଫାର୍ମ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରୁ ଗୋଟାଏ ବର୍ଷ ମଧ୍ୟରେ ଶୂନ ବେତନ ନେଇଛନ୍ତି।
ଏ ନେଇ ନିକଟମ ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ମୁକେଶଙ୍କ ଦରମା ଶୂନ ଅଟେ। ଏହା ପୂର୍ବ ବର୍ଷ ମୁକେଶ ଅମ୍ବାନୀ କମ୍ପାନି ଆକାଉଣ୍ଟ୍ରୁ ୧ କୋଟି ଟଙ୍କା ଉଠାଇଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଦେଶର ସାମାଜିକ, ଅର୍ଥନୈତିକ, ଶିଳ୍ପ ଓ ସ୍ବାସ୍ଥ୍ୟ ଉପରେ ବିପୁଳ ପରିମାଣର ପ୍ରଭାବ ପକାଇଥିବା କୋଭିଡ -୧୯କୁ ଦୃଷ୍ଟିରେ ରଖି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ ସ୍ବେଚ୍ଛାକୃତ ଭାବରେ ତାଙ୍କ ବେତନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗତ ବର୍ଷ ଜୁନ୍ ମାସରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିଲା।
The post ମହାମାରୀ କାଳରେ ଅମ୍ବାନୀଙ୍କ ବଡ଼ପଣ; ଆର୍ଥିକ ବର୍ଷ-୨୦୨୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ନେଇନାହାନ୍ତି କୌଣସି ବେତନ first appeared on Sambad.from କରୋନା | Sambad https://ift.tt/3uPD0pM
0 Comments