ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ପାର୍‌

ସମ୍ବଲପୁର : ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଜୁନ ମାସର ପ୍ରଥମ ୩ ଦିନ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ତଳେ ରହିଛି। ଗୁରୁବାର ଜିଲ୍ଲାରେ ଆଉ ୧୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ପାର୍‌ କରିଛି। ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ତାଲିକାରେ ସମ୍ବଲପୁର ରାଜ୍ୟରେ ଅଷ୍ଟମ ସ୍ଥାନରେ ରହିଛି। ଏହି ୧୯୪ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ଶହେ ୭୦କୁ ବୃଦ୍ଧି ପାଇଛି।

ଗୁରୁବାର ଚିହ୍ନଟ ହୋଇଥିବା ୧୯୪ ଜଣ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକଗୁଡ଼ିକରୁ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସଏମ୍‌ସି ଅଧୀନରେ ବୁର୍ଲା ଅଞ୍ଚଳରୁ ସର୍ବାଧିକ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବ୍ଲକଗୁଡ଼ିକ ମଧ୍ୟରୁ ରେଢ଼ାଖୋଲ ବ୍ଲକରୁ ୬ ଜଣ, ବାମରାରୁ ୧୮ ଜଣ, କୁଚିଣ୍ଡାରୁ ୧୪ ଜଣ, ନାକଟିଦେଉଳରୁ ୧୮ ଜଣ, ମାନେଶ୍ବରରୁ ୧୧ ଜଣ, ଯୁଯୁମୁରାରୁ ୧୭ ଜଣ, ରେଙ୍ଗାଲିରୁ ୧୪ ଜଣ, ଧନକଉଡ଼ାରୁ ୩ ଜଣ ଏବଂ ଜମନକିରାରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ୧୯୪ ଜଣ ସଂକ୍ରମିତଙ୍କ ମଧ୍ୟରେ ୧୨ ଜଣ ୧୫ ବର୍ଷରୁ କମ୍‌ ବୟସ୍କ ଅଛନ୍ତି।
ଜିଲ୍ଲାରେ ଗୁରୁବାର ଆଉ ୩୦୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହି ୩୦୧ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଉପରେ ୨୬ ହଜାର ୩ ଶହ ୬୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଜିଲ୍ଲାରେ ଆଉ ୧୭୧୧ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

The post ସମ୍ବଲପୁର ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ପାର୍‌ first appeared on Sambad.

from କରୋନା | Sambad https://ift.tt/34I6zPJ

Post a Comment

0 Comments