ରାଉରକେଲା: ରାଉରକେଲା ସହରରେ ଆଜି ଠାରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକାରଣ ଆରମ୍ଭ ହୋଇଯାଇଛି। ଏନେଇ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନଲାଇନ୍‌ ପଞ୍ଜିକରଣ କରିଥିବା ଏ ବର୍ଗର ହିତାଧିକାରୀ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଟିକା ଦିଆଯିବ।

ଟିକାଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର ରହିଛି। ସେ ଗୁଡ଼ିକ ହେଲା, ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌), ରିଜର୍ଭ ପୁଲିସ ହସପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌), ସେଲ୍‌ ହେଲ୍ଥ ସେଣ୍ଟର୍‌(ଫର୍ଟିଲାଇଜର), ପାନପୋଷ ସବଡିଭିଜନାଲ ହସପିଟାଲ, ସେକ୍ଟର-୬ ସ୍ବାସ୍ଥ୍ୟକେନ୍ଦ୍ର, ରେଲୱେ ହସପିଟାଲ ଓ ଇଏସ୍‌ଆଇ ହସ୍ପିଟାଲ।

The post ରାଉରକେଲାରେ ୧୮ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ ଆରମ୍ଭ first appeared on Sambad.

from କରୋନା | Sambad https://ift.tt/3ezRPI5