କଟକ: ଟିକା ନେବା ପାଇଁ ରାତି ୩ଟାରୁ ଲଗାଇଥିଲେ ଭିଡ଼। କଟକର ଏସସିବି ମେଡିକାଲ କଲେଜରେ ଟିକା ମିଳିବ ଭାବି ପହଞ୍ଚିଯାଇଥିଲେ ଲୋକ। ଦିନ ବଢିଲେ, ଭିଡ଼ ବଢିବ ଭାବି ବୟସ୍କ ଲୋକମାନେ ଟିକା ପାଇଁ ଧାଡିରେ ଛିଡ଼ାହୋଇ ରହିଥିଲେ। ହେଲେ ସରକାରଙ୍କ ନିୟମ ଅନୁସାରେ ସକାଳ ସମୟରେ ୧୮ ବର୍ଷରୁ ଅଧିକ ଏବଂ ଅପରାହ୍ନରେ ବୟସ୍କଙ୍କ ଟିକାକରଣ ହେଉଥିବାରୁ ଏମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ସେପଟେ ଯାଜପୁର ରୋଡ ମେଡିକାଲରେ ମଧ୍ୟ ଲୋକେ ଟିକା ନେବାପାଇଁ ରାତି ୪ଟାରୁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ ହୋଇଛି । ପୂର୍ବରୁ ଟୋକନ ଜରିଆରେ ଲୋକଙ୍କ ଟିକାକରଣ ହେଉଥିବାବେଳେ ଭିଡ କମ୍ କରିବାକୁ ଏବେ ହସ୍ପିଟାଲ କର୍ତୃପକ୍ଷ ହିତାଧିକାରୀଙ୍କୁ ଫୋନ କରି ଟିକା ନେବା ପାଇଁ ଡାକୁଛନ୍ତି। ଅର୍ଥାତ ଯେଉଁ ନିର୍ଦ୍ଧାରିତ ହିତାଧିକାରୀଙ୍କୁ ଫୋନ ଯାଇଥିବ କେବଳ ସେହିମାନେ ହିଁ ଟିକା ନେବା ପାଇଁ ଆସିବେ। ତେଣୁ ଏଠାରେ ମଧ୍ୟ ରାତି ୪ଟାରୁ ଆସି ଧାଡି ବାନ୍ଧିଥିବା ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।

 

The post ଟିକା ପାଇଁ ମେଡିକାଲ ସାମ୍ନାରେ ଲମ୍ବା ଲାଇନ୍: ରାତି ୩ଟାରୁ ଭିଡ଼ ଜମାଉଛନ୍ତି ଲୋକ first appeared on Sambad.

from କରୋନା | Sambad https://ift.tt/2RcofQf