ଭୁବନେଶ୍ବର : ସପ୍ତାହକ ପରେ ସୋମବାର ରାଜଧାନୀରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ତଳକୁ ଖସିଛି। ଆଜି ରାଜଧାନୀରୁ ୯୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୫୯ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଜଣଙ୍କର କରୋ‌ନାରେ ମୃତ୍ୟୁ ହୋଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୯୬୨ଜଣଙ୍କ ମଧ୍ୟରୁ ୧୮୧ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୭୮୧ଜଣ ସ୍ଥାନୀୟ ସଂକ୍ରମିତ। ପଟିଆରୁ ସର୍ବାଧିକ ୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାରରୁ ୧୩ଜଣ, ନୂଆପଲ୍ଲୀରୁ ୫୧, ଚନ୍ଦ୍ରଶେଖରପୁରରୁ ୩୬, ଖଣ୍ଡଗିରିରୁ ୪୯, ଲକ୍ଷ୍ମୀସାଗରରୁ ୩୪, ଜୟଦେବ ବିହାରରୁ ୧୫, ବମିଖାଲରୁ ୧୮, ଡୁମୁଡୁମାରୁ ୩୨, କଳିଙ୍ଗନଗରରୁ ୧୧, ଝାରପଡ଼ାରୁ ୨୦, ବରମୁଣ୍ଡାରୁ ୧୯, କଳ୍ପନାରୁ ୧୪, ଗଜପତି ନଗରରୁ ୧୬, କାନନବିହାରରୁ ୧୦, ବିଜେବି ନଗରରୁ ୧୪, ପୁରୁଣା ଭୁବନେଶ୍ବରରୁ ୪୫, ନୀଳାଦ୍ରିବିହାରରୁ ୨୦, ଶୈଳଶ୍ରୀବିହାରରୁ ୨୩, ସୁନ୍ଦରପଦାରୁ ୨୦, ୟୁନିଟ-୯ରୁ ୨୯, ଟଙ୍କପାଣି ରୋଡରୁ ୧୨, ରସୁଲଗଡ଼ରୁ ୧୯, ୟୁନିଟ-୩ରୁ ୨୪, ୟୁନିଟ-୮ରୁ ୨୪, ପୋଖରୀପୁଟରୁ ୧୪, ୟୁନିଟ-୨ରୁ ୮, ୟୁନିଟ-୪ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଲା first appeared on Sambad.

from କରୋନା | Sambad https://ift.tt/3tGbhap