ନୂଆଦିଲ୍ଲୀ : ଓଡ଼ିଶା ସମେତ ପୂର୍ବ ଭାରତର ୫ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ବିହାର ଓ ଝାଡ଼ଖଣ୍ଡର କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗର (ସ୍ୱାସ୍ଥ୍ୟ) ସଦସ୍ୟ ଡଃ ଭି କେ ପାଉଲଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଗୁରୁତର ରୋଗୀମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲମାନଙ୍କରେ ସ୍ୱାସ୍ଥ୍ୟ ଏଏନ୍‌ଏମ୍‌ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଠିକ୍ ସମୟରେ ଇନ୍‌ସେନ୍‌ଟିଭ୍ ପ୍ରଦାନ କରାଯିବା ଭଳି ପରାମର୍ଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟକୁ ପ୍ରଦାନ କରାଯାଇଥିବା ଏନ୍‌ଏଚଏମ୍‌ ପାଣ୍ଠିର ଉପଯୋଗ କରାଯାଇ ପାରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ଏଥିସହିତ କୋଭିଡ୍ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଏମ୍‌ବିବିଏସ୍‌ର ଅନ୍ତିମ ବର୍ଷର ଛାତ୍ରଛାତ୍ରୀ, ଅନ୍ତିମ ବର୍ଷର ନର୍ସିଂ ଛାତ୍ରୀ ତଥା ଇନ୍‌ଟର୍ଣ୍ଣମାନଙ୍କୁ ମଧ୍ୟ ଉପଯୋଗ କରାଯାଇପାରିବ ବୋଲି ରାଜ୍ୟମାନଙ୍କୁ କୁହାଯାଇଥିଲା।

ବୈଠକରେ ରାଜ୍ୟମାନଙ୍କୁ ଟିକାରକରଣ ଓ ଔଷଧ ଯୋଗାଣ ସମ୍ପର୍କିତ ସୂଚନା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।

ଅପରପକ୍ଷେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶରେ କରୋନାର ସ୍ଥିତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ, ଯେଉଁଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କର ସ୍ଥିତି ସାମିଲ ରହିଥିଲା।

The post ଓଡ଼ିଶା ସମେତ ୫ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କଲା କେନ୍ଦ୍ର first appeared on Sambad.

from କରୋନା | Sambad https://ift.tt/3vOedDq