
କୋଚି: କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ହେତୁ ମେ ୮ ତାରିଖ ଠାରୁ ଆରମ୍ଭ କରି ମେ ୧୬ ତାରିଖ ପର୍ଯ୍ୟନ୍ତ କେରଳ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ଘୋଷଣା କରାଯାଇଛି। ବୁଧବାର ଦିନ କେରଳରେ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା ୪୧,୦୦୦ରୁ ଊର୍ଦ୍ଧ୍ବ ଥିବା କଥା ରେକର୍ଡ କରାଯାଇଥିଲା।
ଆଜି ଟୁଇଟ୍ କରି କେରଳର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ, ମେ ୮ ତାରିଖ ସକାଳ ୬ଟାରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ସମଗ୍ର କେରଳ ରାଜ୍ୟ ‘ଲକ୍ଡାଉନ୍’ରେ ରହିବ। କୋଭିଡ୍-୧୯ର ପ୍ରଖର ଦ୍ବିତୀୟ ପ୍ରବାହ ହେତୁ ‘ଲକ୍ଡାଉନ୍’ ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ସାମ୍ପ୍ରତିକ କୋଭିଡ୍ ପରିସ୍ଥିତିର ସମୀକ୍ଷା କରାଯିବା ପରେ ‘ସମ୍ପୂର୍ଣ୍ଣ ଲକ୍ଡାଉନ୍’ ଜାରି କରିବା ପାଇଁ କଥା ସ୍ଥିର କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଣାଇ ରାଜ୍ୟର ‘ୱାର୍ଡସ୍ତରୀୟ କମିଟି’ ଏବଂ ‘ରାପିଡ୍ ରେସ୍ପନ୍ସ୍ ଟିମ୍’କୁ ସୁଦୃଢ଼ କରିବା ଲାଗି ନିର୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ପୂର୍ବରୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, କେରଳରେ କୋଭିଡ୍-୧୯ ପରିସ୍ଥିତି ଅତି ସାଙ୍ଘାତିକ ଏବଂ ଦ୍ରୁତ ସଂକ୍ରମଣ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ।
The post କରୋନାଭାଇରସ୍ ଦ୍ରୁତ ସଂକ୍ରମଣ ହେତୁ ମେ ୮ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ‘ଲକ୍ଡାଉନ୍’ ଘୋଷଣା କଲା କେରଳ first appeared on Sambad.from କରୋନା | Sambad https://ift.tt/33obN24
0 Comments