ସୁନ୍ଦରଗଡ଼: କରୋନା ସଂକ୍ରମଣର ଦ୍ଵିତୀୟ ଲହରର ଶୃଙ୍ଖଳ କାଟିବା ପାଇଁ ଆଜି ଠାରୁ ରାଜ୍ୟ ବ୍ୟାପି ୧୪ଦିନିଆ ତାଲା ବନ୍ଦ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ପ୍ରଥମ ଦିନରେ ସୁନ୍ଦରଗଡ଼ରେ ତାଲାଵନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ରୁ ୧୨ଟା ଯାଏ ତେଜରାତି, ଔଷଧ, କ୍ଷୀର, ମାଂସ ଦୋକାନ ଖୋଲା ରଖିଵାକୁ ଅନୁମତି ରହିଥିବା ବେଳେ ଲୋକେ ଏସଵୁ ସାମଗ୍ରୀ ନେଵାକୁ ପଦାକୁ ବାହାରିଛନ୍ତି।
ତେବେ ବଜାରରେ ଭିଡ଼ ନକରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେବା ସହ ବିଭିନ୍ନ ଛକରେ ପୁଲିସ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଖୋଦ୍ ଏସପି ସାଗରିକା ନାଥ ସହରରେ ବୁଲି ତାଲାବନ୍ଦର ସ୍ଥିତି ନିରୀକ୍ଷଣ କରିବା ସହ ଵିନା କାରଣରେ ପଦାକୁ ବାହାରିଥିବା ଲୋକଙ୍କୁ ତାଗିଦ୍ କରିଛନ୍ତି। ସୁନ୍ଦରଗଡ଼, ଵୀରମିତ୍ରପୁର, ରାଜଗାଙ୍ଗପୁର ପୌରାଞ୍ଚଳରେ କଡ଼ା ନଜର ରଖାଯାଇଥିବା ଏସପି ସାଗରିକା ପ୍ରକାଶ କରିଛନ୍ତି। ଵିଭିନ୍ନ ସ୍ଥାନରେ଼ ଯାଞ୍ଚ ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପଟେ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଦୋକାନ ଵଜାରକୁ ଯାଇ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟଵହାରର ନିରୀକ୍ଷଣ କରିଛନ୍ତି। କୋଭିଡ୍ ନିୟମର ଖିଲାପ କଲେ ସେ ଦୋକାନକୁ ସିଲ କରାଯିବ ବୋଲି ସେ କହିଛନ୍ତି। ସୁନ୍ଦରଗଡ଼ରେ ସଂକ୍ରମଣସ୍ଥିତି ଉଦବେଗଜନକ ଥିବାରୁ ସମସ୍ତେ ତାଲାବନ୍ଦକୁ ମାନି କରୋନାକୁ ଦୂର କରିବାକୁ ପୁଲିସ, ପ୍ରଶାସନ ଅନୁରୋଧ କରିଛି।

The post ସୁନ୍ଦରଗଡ଼ରେ ତାଲାଵନ୍ଦର ପ୍ରଥମ ଦିନ: ସହରର ସ୍ଥିତି ନିରୀକ୍ଷଣ କଲେ ଏସପି ସାଗରିକା first appeared on Sambad.

from କରୋନା | Sambad https://ift.tt/3nQlW0V