
ଜେନିଭା: କୋଭିଡ୍-୧୯ ମହାମାରୀର ଦ୍ବିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିର୍ମମ ସତର୍କସୂଚନା ଜାରି କରିଛି। ଅର୍ଥାତ୍ ୨୦୨୦ ବର୍ଷ ଠାରୁ ୨୦୨୧ ବର୍ଷରେ ମହାମାରୀ ଅଧିକ ଉଗ୍ର ହେବ।
ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଡାକ୍ତର ଟେଡ୍ରସ୍ ଅଧାନୋମ୍ ଗେବ୍ରେୟେସସ୍ କହିଛନ୍ତି, ପ୍ରଥମ ବର୍ଷ ଅପେକ୍ଷା ଦ୍ବିତୀୟ ବର୍ଷରେ ଏ ମହାମାରୀ ଅତିଶୟ ମାରାତ୍ମକ ହେବ। ଗୋଟାଏ ମହାସଙ୍କଟ ଆସିବାର ଆଶଙ୍କା ଅଛି ବୋଲି ମୁଁ ଜାନୁଆରି ମାସରେ କହିଥିଲି। ଦୁର୍ଭାଗ୍ୟକୁ ଆମେ ଆଜି ତାହା ଦେଖୁଛନ୍ତି। ଟିକା ଯୋଗାଣର ବହୁଳାଂଶ ଖରିଦ କରି ନେଇଥିବା ହାତଗଣତି କେତୋଟି ସମୃଦ୍ଧ ରାଷ୍ଟ୍ରରେ ଏବେ ବିପଦ ଆଶଙ୍କା କମ୍ ଥିବା ଲୋକଙ୍କୁ ଟିକା ଦିଆଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି, ଧନିକ ରାଷ୍ଟ୍ରମାନେ ପିଲାମାନଙ୍କୁ ଟିକା ନ ଦେଇ ସେଗୁଡ଼ିକୁ ଗରିବ ରାଷ୍ଟ୍ରଙ୍କୁ ଦାନ କରି ଦିଅନ୍ତୁ। ମୁଁ ଜାଣେ କେତେକ ରାଷ୍ଟ୍ର କାହିଁକି ସେମାନଙ୍କ ପିଲାମାନଙ୍କୁ ଟିକା ଦେବାକୁ ଚାହୁଁଛନ୍ତି। କିନ୍ତୁ, ସେ କଥାକୁ ପୁନର୍ବିଚାର କରି ଏବେ ‘କୋଭାକ୍ସ’କୁ ଟିକା ଦାନ କରିବା ଲାଗି ସେମାନଙ୍କୁ ଅନୁରୋଧ।
ଏହାର କାରଣ ହେଲା, ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବା ପାଇଁ ମଧ୍ୟ ଯଥେଷ୍ଟ ଟିକା ନାହିଁ। ଏହାଛଡ଼ା, ତୁରନ୍ତ ଜୀବନ ରକ୍ଷାକାରୀ ଚିକିତ୍ସା ଚାହୁଁଥିବ ରୋଗୀମାନଙ୍କ ଗହଳିରେ ସେଠାକାର ଡାକ୍ତରଖାନା ସବୁ ଉଛୁଳି ଉଠୁଛି।
The post ଏବର୍ଷ କୋଭିଡ୍-୧୯ ମହାମାରୀ ଅତିଶୟ ମାରାତ୍ମକ ହେବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ first appeared on Sambad.from କରୋନା | Sambad https://ift.tt/3uTcpJe
0 Comments