ନୂଆଦିଲ୍ଲୀ: ଭାରତକୁ ଏକ ଡୋଜ୍‌ବିଶିଷ୍ଟ ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ଟିକା ଆଣିବା ଲାଗି ‘ରେଗୁଲେଟର୍‌’ଙ୍କ ସହ କାମ ଚାଲିଥିବା କଥା ଶୁକ୍ରବାର ଦିନ ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌ କହିଛି। ‘ରେଗୁଲେଟର୍‌’ଙ୍କ ଅନୁମୋଦନ ପାଇବାକୁ ଆବଶ୍ୟକ ତଥ୍ୟାବଳୀ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି ବୋଲି କମ୍ପାନି କହିଛି।

କମ୍ପାନିର ‘ସିଇଓ’ ଦୀପକ ସାପ୍ରା କହିଛନ୍ତି, ରୁଷ୍‌ରେ ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ନୈଦାନିକ ପରୀକ୍ଷା ଚାଲିଥିବା ବେଳେ ଭାରତରେ ‘ସ୍ପୁଟ୍‌ନିକ୍‌-ଭି’ ଟିକାର ପରୀକ୍ଷା ସରିଯାଇଛି। ମୋର ଆଶା ଭାରତକୁ ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ଆସିଯିବା ପରେ ଦେଶର ଟିକାକରଣ ଅଭିଯାନରେ ତାହାକୁ ସାମିଲ କରିହେବ। ଦୁଇ ଡୋଜ୍‌ ପରିବର୍ତ୍ତେ ଗୋଟିଏ ଡୋଜ୍‌ରେ ୮୦% ଫଳପ୍ରଦତା ମିଳବା ହେଉଛି ସେ ଟିକାର ବିଶେଷତ୍ବ।

Image Courtesy of Reuters

ଏ ମାସ ପ୍ରାରମ୍ଭରେ ‘ନିତି’ ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ର ଗୋଟିଏ ଡୋଜ୍‌ ଯଥେଷ୍ଟ ବୋଲି ‘ଆଡିଆଇଏଫ୍‌’ କହୁଛି। ଆମେ ତାଙ୍କର ଦାବିକୁ ପରୀକ୍ଷା କରୁଛୁ। ଆମେ ତାହାର ତଥ୍ୟାବଳୀ ଓ ରୋଗପ୍ରତିରୋଧକ ଗୁଣାବଳୀ ଅଧ୍ୟୟନ କରିବୁ। ତା’ପରେ ଯାହା କିଛି ନିଷ୍ପତ୍ତି ନେବୁ। ଟିକା ବିଷୟରେ ଅଧିକ ତଥ୍ୟ ଆସୁ।

The post ଭାରତକୁ ଏକ ଡୋଜ୍‌ବିଶିଷ୍ଟ ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ଟିକା ଆଣିବା ଲାଗି ‘ରେଗୁଲେଟର୍‌’ଙ୍କ ସହ ଆଲୋଚନା ଚାଲିଛି: ଡକ୍ଟର୍‌‌ ରେଡିସ୍‌ ଲାବ୍ର‌ଟରିଜ୍‌ first appeared on Sambad.

from କରୋନା | Sambad https://ift.tt/3eQwf2u