ନୂଆଦିଲ୍ଲୀ: ଦିଲ୍ଲୀକୁ ଆବଶ୍ୟକ ପରିମାଣର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ଡୋଜ୍‌ ଯୋଗାଇବା ପାଇଁ ‘ଭାରତ ବାୟୋଟେକ୍‌’ ଅଗ୍ରାହ୍ୟ କରିଥିବା କଥା ବୁଧବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଉଭୟ ‘କୋଭାକ୍ସିନ୍‌’ ଓ ‘କୋଭିସିଲ୍‌ଡ୍‌’ରୁ ୬୭ ଲକ୍ଷ ଲେଖାଏଁ, ସମୁଦାୟ ୧.୩୪ କୋଟି ଡୋଜ୍‌ ଟିକା ପାଇଁ ଦିଲ୍ଲୀ ଅନୁରୋଧ କରିଥିଲା। କିନ୍ତୁ, ସରକାରୀ ଅଧିକାରୀମାନଙ୍କ ନିର୍ଦେଶ ମତେ ଟିକା ପଠାଯାଉଥିବା କହି ଏତେ ପରିମାଣର ଟିକା ଯୋଗାଇବାକୁ ଅସମର୍ଥ ବୋଲି ‘ଭାରତ ବାୟୋଟେକ୍‌’ ଦିଲ୍ଲୀ ସରକାରଙ୍କୁ ସୂଚନା ଦେଇଛି।

Image Courtesy of ET HealthWorld

ସିସୋଦିଆ କହିଛନ୍ତି, ‘ଭାରତ ବାୟୋଟେକ୍‌’ ନିଶ୍ଚୟ କେନ୍ଦ୍ର ସରକାରଙ୍କର ଅଧିକାରୀମାନଙ୍କ କଥା କହୁଛି। କମ୍ପାନି ଆହୁରି ମଧ୍ୟ ଲେଖିଛି ଯେ, ଆପଣ ଆବଶ୍ୟକ କରୁଥିବା ଅତିରିକ୍ତ ଡୋଜ୍‌ ଯୋଗାଇ ନ ପାରୁଥିବାରୁ ଦୁଃଖିତ। ଅନ୍ୟ ରାଜ୍ୟମାନଙ୍କୁ କେତେ ଯୋଗାଇ ଦିଆଯାଉଛି ତାହା ଆମେ ଜାଣୁନା। କିନ୍ତୁ, ସେମାନେ ଲେଖିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଆଦେଶମତେ ଯୋଗାଣ ହେଉଥିବାରୁ ଆମେ ଦିଲ୍ଲୀକୁ ଟିକା ଦେଇ ପାରିବୁ ନାହିଁ।

ସିସୋଦିଆ ଆହୁରି ମଧ୍ୟ କହିଛନ୍ତି, ଆମର ରିଜର୍ଭ ଥିବା ଷ୍ଟକ୍‌ ସରିଗଲାଣି। ‘କୋଭିସିଲ୍‌ଡ୍‌’ ଦିଆଯାଉଥିବା କେନ୍ଦ୍ର ସବୁ ଖୋଲା ଅଛି କିନ୍ତୁ, ‘କୋଭାକ୍ସିନ୍‌’ ଦିଆଯାଉଥିବା କେନ୍ଦ୍ର ସବୁ ବନ୍ଦ କରିଦେବୁ। ୧୭ଟି ସ୍କୁଲ୍‌ରେ ଥିବା ୧୦୦ଟି ଟିକାଦାନ କେନ୍ଦ୍ର ବନ୍ଦ କରାଇବାକୁ ପଡ଼ିବ।

କେନ୍ଦ୍ର ଦେଶର ସରକାର ଭାବେ କାର୍ଯ୍ୟ କରିବା ଉଚିତ। ସେମାନେ ତାଙ୍କର ଦାୟିତ୍ବ ନିର୍ବାହ କରିବା ସହ ସମସ୍ତ ରପ୍ତାନି ବନ୍ଦ କରିବା ଆବଶ୍ୟକ ସେ ପରାମର୍ଶ ‌ଦେଇଛନ୍ତି।

The post କେନ୍ଦ୍ର ସରକାରଙ୍କ ନିର୍ଦେଶ ଯୋଗୁଁ ଦିଲ୍ଲୀକୁ ୬୭ ଲକ୍ଷ ଡୋଜ୍‌ ‘କୋଭାକ୍ସିନ୍‌’ ଦେବାକୁ ମନା କଲା ‘ଭାରତ ବାୟୋଟେକ୍‌’: ମନୀଷ ସିସୋଦିଆ first appeared on Sambad.

from କରୋନା | Sambad https://ift.tt/33E0HpT