ଚଣ୍ଡିଗଡ଼: ଚାଲୁ କରାଯିବାର ମାତ୍ର କେତେ ଘଣ୍ଟା ପରେ ଅକାମି ହୋଇ ଯିବାରୁ ଗତବର୍ଷ ‘ପିଏମ୍ କେୟାର୍‌ ଫଣ୍ଡ୍‌’ରେ ପଞ୍ଜାବକୁ ଯୋଗାଇ ଦିଆଯାଇଥିବା ବହୁସଂଖ୍ୟକ ଭେଣ୍ଟିଲେଟର୍‌ ଅବ୍ୟବହୃତ ହୋଇ ପଡ଼ି ରହିଛି।

ଫରିଦକୋଟ୍‌ସ୍ଥିତ ଗୁରୁ ଗୋବିନ୍ଦ ସିଂହ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌କୁ ଯୋଗାଇ ଦିଆଯାଇଥିବା ୮୦ଟି ଭେଣ୍ଟିଲେଟର୍‌ରୁ ୭୧ଟି ଅକାମି ହୋଇଯାଇଛି। ଏହି ଭେଣ୍ଟିଲେଟର୍‌ଗୁଡ଼ିକୁ ‘ଏଜିଭିଏ ହେଲ୍‌ଥ୍‌ କେୟାର୍‌ ଯୋଗାଇ ଦେଇଥିଲା।

ମେଡିକାଲ୍‌ କଲେଜର ଡାକ୍ତରମାନେ କହିଛନ୍ତି ଯେ, ଏ ଭେଣ୍ଟିଲେଟର୍‌ ସବୁ ଅକାମି ଏବଂ ଚଳାଯିବାର ୧ ଘଣ୍ଟାରୁ ୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା।

Image Courtesy of The Indian Express

ଏହି ଭେଣ୍ଟିଲେଟର୍‌ ସବୁ ନିହାତି ଅନୁନ୍ନତ। ସବୁବେଳେ ଅସଜ ହୋଇ ଯାଉଛି। ଭରସାଯୋଗ୍ୟ ମରାମତି ନ ହେବା ପର୍ଯ୍ୟନ୍ତ ଏ ସବୁକୁ ରୋଗୀଙ୍କ ଚିକିତ୍ସାରେ ଲଗାଇ ହେବ ନାହିଁ ବୋଲି ‘ବାବା ଫରିଦ୍‌ ୟୁନିଭର୍ସିଟି ଅଫ୍ ହେଲ୍‌ଥ୍‌ ସାଇନ୍‌ସେସ୍‌’ର କୁଳପତି ଡାକ୍ତର ରାଜ ବାହାଦୁର କହିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ ଅକାମି ହୋଇ ପଡ଼ିଥିବା ଭେଣ୍ଟିଲେଟର୍‌ ସବୁକୁ ମରାମତି କରିବା ଲାଗି ଇଞ୍ଜିନିୟର୍ ଆଣିବାକୁ ପାଇଁ ପଞ୍ଜାବର ମୁଖ୍ୟ ଶାସନ ସଚିବ ବିନି ମହାଜନ ଅନୁମୋଦନ କରିଛନ୍ତି। ଆଜି ସେମାନେ ଫରିଦକୋଟ୍‌ରେ ପହଞ୍ଚିବେ।

ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ, ଫରିଦକୋଟ୍‌ ମେଡିକାଲ୍‌ କଲେଜରେ ୩୯ଟି ଭେଣ୍ଟିଲେଟର୍‌ ଥିଲା। ସେଥିରୁ ୩୨ଟି କାମ କରୁଛି। ଯଥେଷ୍ଟସଂଖ୍ୟକ ଭେଣ୍ଟିଲେଟର୍‌ ନ ଥିବାରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୩୦୦ରୁ ଅଧିକ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ଭୀଷଣ ଅସୁବିଧା ସୃଷ୍ଟି ହୋଇଛି।

The post ପଞ୍ଜାବ ଡାକ୍ତରଖାନାରେ ଚାଲୁ କରାଯିବାର କିଛି ସମୟ ପରେ ଖରାପ ହୋଇଗଲା ‘ପିଏମ୍ କେୟାର୍‌ ଫଣ୍ଡ୍‌’ରେ ଯୋଗାଣ ହୋଇଥିବା ବହୁସଂଖ୍ୟକ ଭେଣ୍ଟିଲେଟର୍‌ first appeared on Sambad.

from କରୋନା | Sambad https://ift.tt/33BP9U9