ୱାସିଂଟନ୍‌: ଭାରତରେ ମିଳିତ ଭାବେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ୧ଡୋଜ୍‌ବିଶିଷ୍ଟ କୋଭିଡ୍‌-୧୯ ଟିକା ଉତ୍ପାଦନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହୀ ଏବଂ ସେଥିପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଭଳି ଉତ୍ପାଦନକାରୀଙ୍କ ସହଯୋଗ ଆବଶ୍ୟକ ବୋଲି ମଙ୍ଗଳବାର ଦିନ ୟୁଏସ୍‌ ଦୂତାବାସର ‘ଚାର୍ଜ ଡି’ଆଫେୟାର୍ସ’ ଡାନିଏଲ୍‌ ବି. ସ୍ମିଥ୍‌ କହିଛନ୍ତି।

ଏ ସଂକ୍ରାନ୍ତରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ସହ ଆଲୋଚନା ଚାଲିଥିବା କଥା ସେ ସୂଚନା ଦେଇଛନ୍ତି।

ସ୍ମିଥ୍ ଆହୁରି ମଧ୍ୟ କହିଛନ୍ତି ଯେ, ବାଲ୍‌ଟିମୋର୍‌ସ୍ଥିତ ଏକ କାରଖାନାରେ ଉତ୍ପାଦିତ ‘ଆଷ୍ଟ୍ରାଜେନିକା’ କୋଭିଡ୍‌-୧୯ ଟିକାର ଫଳପ୍ରଦତା ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ଜଣାପଡ଼ି ନାହିଁ। ବ୍ୟବହାର କିଂବା ରପ୍ତାନି କରାଯିବା ପାଇଁ ମଧ୍ୟ ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଉକ୍ତ ଟିକାକୁ ଅନୁମୋଦନ ଦେଇନାହିଁ।

Image Courtesy of NDTV

ଯୁକ୍ତରାଷ୍ଟ୍ର ଆମେରିକା ଜରୁରୀ ଭିତ୍ତିରେ ଭାରତକୁ ‘ଆଷ୍ଟ୍ରାଜେନିକା’ ଟିକା ଯୋଗାଇ ଦେବ କି, ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ପଚରା ଯିବାରୁ ସେ କହିଲେ, ଯଦି ଆମେ ଉକ୍ତ ଟିକା ଉତ୍ପାଦନ କରି ଚାଲୁ, ସେ ସବୁ କ’ଣ ହେବ ମୁଁ କହିପାରୁ ନାହିଁ। କିନ୍ତୁ, ବିଶ୍ବବ୍ୟାପୀ ଟିକା ରପ୍ତାନି ପାଇଁ ଆମେରିକା ବ୍ୟାକୁଳ। ମାତ୍ର, ଟିକା ନିରାପଦ ଓ ଫଳପ୍ରଦ ବୋଲି ପ୍ରଥମେ ସୁନିଶ୍ଚିତ ହେବାକୁ ପଡ଼ିବ।

ସାମ୍ବାଦିକ ସମ୍ମିଳନୀରେ ସ୍ମିଥ୍ କହିଛନ୍ତି, କେବଳ ମାନବୀୟ ସଙ୍କଟ ନୁହେଁ, ବିଶ୍ବବ୍ୟାପୀ ପଡୁଥିବା ଏହାର କୁପ୍ରଭାବ କାରଣରୁ ଭାରତରେ ବ୍ୟାପୁଥିବା ଏହି ମହାମାରୀ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିବ୍ରତ। ଏଭଳି ସଙ୍କଟ ମୁକାବିଲା କରିବା ଲାଗି ବାଇଡେନ୍‌ ପ୍ରଶାସନ ଭାରତ ସରକାରଙ୍କୁ ସହଯୋଗ କରୁଛି।

The post ଭାରତର ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ସହିତ ମିଳିତ ଭାବେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌ ଟିକା ଉତ୍ପାଦନ କରିବା ଲାଗି ଆମେରିକା ଆଗ୍ରହୀ first appeared on Sambad.

from କରୋନା | Sambad https://ift.tt/3tHNFCt