
ଭୁବନେଶ୍ବର: ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
New recoveries: 8547
Cumulative tested: 10713098
Positive: 576297
Recovered: 473680
Active cases: 100313— I & PR Department, Odisha (@IPR_Odisha) May 13, 2021
ସେହିପରି କଟକରୁ ୯୩୦, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡ଼ରୁ ୩୫୭, ପୁରୀରୁ ୩୩୫, ନୂଆପଡାରୁ ୩୩୧, ଯାଜପୁରରୁ ୩୦୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୨୮ଟି ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ଉପରେ ରହିଥିବାବେଳେ ୨ଟି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ତଳେ ଅର୍ଥାତ ଶହେ ତଳେ ରହିଛି । ଶହେ ତଳେ ଚିହ୍ନଟ ହୋଇଥିବା ଜିଲ୍ଲା ହେଉଛି ମାଲକାନଗିରି ଓ କନ୍ଧମାଳ । ମାଲକାନଗିରିରୁ ୪୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଣ୍ଟାରେ ରାଜ୍ୟରେ ୮୫୪୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ସୁସ୍ଥ ହୋଇଛନ୍ତି।
The post ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ନୂଆ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3hlpwyW
0 Comments