ଟୋକିଓ: ନୂତନ ସଂକ୍ରମଣ ମୁକାବିଲା ଓ ଟିକାକରଣ କ୍ଷେତ୍ରରେ ସରକାର ଖୁବ୍‌ ମାନ୍ଦା ହୋଇଯାଇଛନ୍ତି ବୋଲି ବୁଧବାର ଦିନ ବୈଷୟିକ ସମସ୍ୟା ଯୋଗୁଁ ଜାପାନର କରୋନାଭାଇରସ୍‌ ଟିକା ବୁକିଙ୍ଗ୍‌ ସିଷ୍ଟମ୍‌ ‘କ୍ରାସ୍‌’ ହୋଇଯିବାରୁ ସମାଲୋଚକମାନେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌ ଭେଣ୍ଡର୍‌ ‘ସେଲ୍‌ସ୍‌ଫୋର୍ସ ଡଟ୍‌ କମ୍‌’ରେ ବିଶ୍ବବ୍ୟାପୀ ସମସ୍ୟା ଉପୁଜିବାରୁ ଟୋକିଓ ଏବଂ ପଶ୍ଚିମ ପ୍ରାନ୍ତରେ ଥିବା ମିନୋ ସହରର କେତେକ ଅଞ୍ଚଳରେ ଟିକା ବୁକ୍‌ କରିବା ପାଇଁ ଥିବା ଅନ୍‌ଲାଇନ୍‌ ସିଷ୍ଟମ୍‌ ‘କ୍ରାସ୍‌’ କରିଯାଇଥିବା କଥା ପବ୍ଲିକ୍‌ ବ୍ରୋଡ୍‌କାଷ୍ଟର୍‌ ‘ଏନ୍‌ଏଚ୍‌କେ’ ରିପୋର୍ଟ କରିଥିଲା।

‘ସେଲ୍‌ସ୍‌ଫୋର୍ସ’ର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ପାର୍କର ହ୍ୟାରିସ୍‌ ଟୁଇଟ୍‌ କରି କହିଲେ ଯେ, ଗୁରୁତର ବୈଷୟିକ ସମସ୍ୟା ଯୋଗୁଁ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ପରେ ସୂଚନା ଦେଲେ‌ ଯେ, ପୁନର୍ବାର ସେବା ଆରମ୍ଭ ହୋଇଛି।

Image Courtesy of India Today

‘କ୍ରାସ୍‌’ ପରେ ପରେ ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଥିଲେ, ଟିକା ଲାଗି ପଞ୍ଜିକରଣ କରିବା ବୟୋଜ୍ୟେଷ୍ଠମାନଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର। ବିନା ପଞ୍ଜିକରଣରେ ଟିକା ଦେବା କଥା ବିଚାର କରାଯାଉ।

ସୂଚନାଯୋଗ୍ୟ, ଜୁଲାଇ ସୁଦ୍ଧା ୩୬ ନିୟୁତ ବୟୋଜ୍ୟେଷ୍ଠଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିବା ଜାପାନ ଏ ପର୍ଯ୍ୟନ୍ତ ସମୁଦାୟ ଜନସଂଖ୍ୟାରୁ ମାତ୍ର ୨.୮%ଙ୍କୁ ଟିକା ଦେଇଛି ବୋଲି ରିପୋର୍ଟ ହୋଇଛି। କିନ୍ତୁ, ସରକାରଙ୍କ ତଥ୍ୟ ହିସାବରେ, ଜାପାନର ୧,୭୪୧ଟି ସହର ଏବଂ ନଗର ୮୬% ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରି ସାରିଲେଣି। ଲକ୍ଷ୍ୟ ହାସଲ ନିମନ୍ତେ ଦୈନିକ ୧ ନିୟୁତ ଟିକା ଯୋଗାଇ ଦିଆଯାଉଥିବା କଥା ସ୍ବାସ୍ଥ୍ୟମନ୍ତ୍ରୀ ନୋରିଶିଆ ତାମୁରା କହିଛନ୍ତି।

‘ଫାଇଜର୍‌’ ଟିକା ଯୋଗାଣ ପରିମାଣ ସ୍ବଳ୍ପ ହେଉଥିବା କାରଣରୁ ଜାପାନର ଟିକାକରଣ ଅଭିଯାନ ପ୍ରଥମରୁ ଅତି ଧୀର ଗତିରେ ଆରମ୍ଭ ହୋଇଥିଲା। ଧୈର୍ଯ୍ୟ ଧରିବା ପାଇଁ ଟିକା ଦାୟିତ୍ବରେ ଥିବା ମନ୍ତ୍ରୀ ସାରୋ କୋନୋ ଜନସାଧାରଣଙ୍କୁ କହିଛନ୍ତି।

The post ‘କ୍ରାସ୍‌’ ହୋଇଗଲା ଜାପାନର କରୋନାଭାଇରସ୍‌ ‘ଟିକା ବୁକିଙ୍ଗ୍ ସିଷ୍ଟମ୍‌’ first appeared on Sambad.

from କରୋନା | Sambad https://ift.tt/3tJYqUX