
ଭୁବନେଶ୍ବର : ରାଜଧାନୀର ୪ଟି ମଲ୍ ଏସ୍ପ୍ଲାନେଡ୍, ଡିଏନ୍ ରେଗାଲିଆ, ଗ୍ୟାଲରିଆ, ସିମ୍ଫୋନି ମଲ୍ ସମେତ କିଟ୍ ଷ୍ଟାଡିୟମରେ ଚାଲିଥିବା ଡ୍ରାଇଭ୍ ଇନ୍ ଟିକା ଅଭିଯାନକୁ ବହୁତ ସଫଳତା ମିଳିଛି। ଏଠାରେ ୮ଦିନରେ ୮ହଜାର ଲୋକ ଟିକା ନେଇସାରିଲେଣି। ଭିଡ଼ରେ ଛିଡ଼ା ନହୋଇ, ଧାଡ଼ି ନବାନ୍ଧି, ଗାଡ଼ିରୁ ନଓହ୍ଲାଇ ଟିକା ନେବାର ସୁବିଧା ଥିବାରୁ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକ ଏବେ ଏହି ଟିକାକରଣଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମେ ୮ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ଇନ୍ ଟିକା ଅଭିଯାନରେ ଏବେ ଦିନକୁ ପ୍ରାୟ ହଜାରେ ଲୋକଙ୍କୁ ଟିକା ଦିଆଯାଉଛି। ସବୁଠୁ ଅଧିକ ସ୍ଲଟ୍ ଏବେ ଏସ୍ପ୍ଲାନେଡ୍ ମଲ୍ ପାର୍କିଂସ୍ଥଳୀ ପାଇଁ ବୁକିଂ ହେଉଛି। ଲୋକମାନେ ଯେପରି ସୁବିଧାରେ ଆସି ଟିକା ନେଇପାରିବେ ସେଥିପାଇଁ ସକାଳ ୮ଟା ୩୦ରୁ ସ୍ଳଟ୍ ଆବଣ୍ଟନ ହେଉଛି। ଏହି ବ୍ୟବସ୍ଥା ସଫଳ ହୋଇଥିବାରୁ ଆଗାମୀ ଦିନରେ ରାଜଧାନୀର ଆଉ କିଛି ସ୍ଥାନରେ ଏହା ଆରମ୍ଭ କରିବାକୁ ଯୋଜନା ହୋଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଏଠାରେ କେବଳ ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି।
The post ଡ୍ରାଇଭ୍ ଇନ୍ ଟିକା: ୮ଦିନରେ ନେଲେଣି ୮ହଜାର first appeared on Sambad.from କରୋନା | Sambad https://ift.tt/2S5ZtkE
0 Comments