
ଭୁବନେଶ୍ବର : ଦୀର୍ଘ ଦିନ ପରେ ରାଜଧାନୀବାସୀଙ୍କୁ ଟିକେ ଆଶ୍ବସ୍ତ କଲା ଭଳି ଖବର ଆସିଛି। ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ଆଜି ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୩୬ଜଣ ସୁସ୍ଥ ହୋଇଛନ୍ତି। ଯଦି ଏହି ଧାରା ଜାରି ରହେ ତେବେ ରାଜଧାନୀରେ କରୋନା ସଂକ୍ରମଣ ଖୁବ୍ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପୂର୍ବଦିନଗୁଡ଼ିକ ତୁଳନାରେ ସଟ୍ଡାଉନ୍ ପାଇଁ ରବିବାର କମ୍ କୋଭିଡ୍ ପରୀକ୍ଷା ହୋଇଥିବାବେଳେ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆକ୍ରାନ୍ତ ଚିହ୍ନଟ ହାର ପୂର୍ବଦିନଗୁଡ଼ିକ ଭଳି ଥିବାରୁ ଏହା ଅଧିକ ଉତ୍ସାହଜନକ ନୁହେଁ ବୋଲି କୁହାଯାଉଛି। ଅପରପକ୍ଷରେ ଆଜି ପଟିଆ, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଲକ୍ଷ୍ମୀସାଗର, ଖଣ୍ଡଗିରି ଅଞ୍ଚଳରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାବେଳେ ଅଧିକ ଲୋକ ସୁସ୍ଥ ହେବା ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ବାସନା ଆଣିଛି।
ଅନ୍ୟପକ୍ଷରେ ରାଜଧାନୀରେ ରବିବାର ୧୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏବଂ ଦିନକରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୫୦୦ କମିଯିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି। ହେଲେ ଏହି ଧାରା କେତେଦିନ ଜାରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୮୬୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧରୁ ଏବଂ ୭୩୦ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଆଜି ସବୁଠୁ ଅଧିକ ୩୮ଜଣ ଆକ୍ରାନ୍ତ ପୁରୁଣା ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ସେହିପରି ବିଜେବିନଗରରୁ ୧୨ଜଣ, ଖଣ୍ଡଗିରିରୁ ୩୭, ଚନ୍ଦ୍ରଶେଖରପୁରରୁ ୨୪, ନୂଆପଲ୍ଲୀରୁ ୩, ଡୁମଡୁମାରୁ ୩୪, ନୀଳାଦ୍ରିବିହାରରୁ ୨୧, ଲକ୍ଷ୍ମୀସାଗରରୁ ୧୬, ବରମୁଣ୍ଡାରୁ ୧୮, ଭୀମଟାଙ୍ଗିରୁ ୧୪, ଶୈଳଶ୍ରୀବିହାରରୁ ୧୭, ପଳାସୁଣିରୁ ୧୩, ପଟିଆରୁ ୩୦, ପାତ୍ରପଡ଼ାରୁ ୧୯, ୟୁନିଟ-୩ରୁ ୧୨, ପୋଖରୀପୁଟରୁ ୧୪, ୟୁନିଟ-୪ରୁ ୮, ୟୁନିଟ-୬ରୁ ୨୦, ରସୁଲଗଡ଼ରୁ ୨୯, ସହିଦନଗରରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୨୯୬ରେ ପହଞ୍ଚିଛି।
The post ରାଜଧାନୀ ପାଇଁ ଆଶ୍ବସ୍ତି: ଆକ୍ରାନ୍ତ କମିଲେ, ସୁସ୍ଥ ବଢ଼ିଲେ first appeared on Sambad.ପଜିଟିଭ୍ ହାର ୪୬.୦୬%
ଭୁବନେଶ୍ବର : ଏବେ ପ୍ରତିଦିନ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି କେବଳ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ସଂକ୍ରମିତଙ୍କ ହାର ବହୁତ ରହୁଥିବାରୁ ରାଜଧାନୀରେ କେବେ କରୋନା ନିୟନ୍ତ୍ରଣକୁ ଆସିବ ତାହାକୁ ନେଇ କିଛି ସ୍ପଷ୍ଟ ଆକଳନ କରିହେଉନି। ବିଏମ୍ସିର ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ଯେତିକି ଲୋକ କରୋନା ପରୀକ୍ଷା କରୁଛନ୍ତି ସେଥିରୁ ୪୬.୦୬% ଲୋକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅର୍ଥାତ୍ ପରୀକ୍ଷା କରୁଥିବା ଲୋକଙ୍କ ମଧ୍ୟରୁ ଅଧା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଏମ୍ସିର ଏହି ଆକଳନ ଦର୍ଶାଇ ଦେଉଛି ଯେ, ଯଦି ଟେଷ୍ଟିଂ ସେଣ୍ଟରରେ ସାମାଜିକ ଦୂରତା ଠିକ୍ ନରୁହେ ତେବେ ଭଲ ଲୋକ ବି କରୋନା ଆକ୍ରାନ୍ତ ହୋଇଯିବେ। କେବଳ ଟେଷ୍ଟିଂ ସେଣ୍ଟର ନୁହେଁ, ଟିକାକରଣ କେନ୍ଦ୍ରରେ ବି ସାମାଜିକ ଦୂରତା ରହିବା ଦରକାର। ନହେଲେ ପରେ ସ୍ଥିତି ସାଂଘାତିକ ହୋଇପାରେ। ୧୬ତାରିଖରେ ୧୯୦୬ଜଣ ପରୀକ୍ଷା କରିଥିବାବେଳେ ୮୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଜିଟିଭ୍ ହାର ୪୫.୩୩% ଥିଲା। ୧୫ରେ ୨୯୧୨ଜଣ କୋଭିଡ୍ ପରୀକ୍ଷା କରିଥିବାବେଳେ ୧୩୫୩ଜଣ ଚିହ୍ନଟ ହୋଇଥିଲେ। ପଜିଟିଭ୍ ହାର ୪୬.୪୬% ଥିଲା। ୧୪ରେ ୨୪୨୯ଜଣ ପରୀକ୍ଷା କରିଥିବାବେଳେ ୧୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହିଦିନ ପଜିଟିଭ୍ ହାର ୪୬.୪୦% ଥିଲା। ବାସ୍ତବରେ ବିଏମ୍ସି ପ୍ରତିଦିନ ଯେତିକି କରୋନା ଆକ୍ରାନ୍ତଙ୍କ ତାଲିକା ଦେଉଛି ତାହାଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ଯେତିକି ଲୋକଙ୍କୁ ଟ୍ରେସ୍ କରାଯାଉଛି ସେମାନଙ୍କ ତାଲିକା ବିଏମ୍ସି ଦେଉଛି। ତେଣୁ ବାସ୍ତବ ପଜିଟିଭ୍ ହାର ୫୦%ରୁ ଅଧିକ ରହୁଛି ବୋଲି କୁହାଯାଉଛି।
from କରୋନା | Sambad https://ift.tt/2RZiSnu
0 Comments