ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧,୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୬୨୧୯ ଚିହ୍ନଟ ହୋଇଥିବା ବେଳେ ୪୮୮୯ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୯୪୪ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
New recoveries: 10881
Cumulative tested: 11241408
Positive: 679530
Recovered: 567382
Active cases: 109639— I & PR Department, Odisha (@IPR_Odisha) May 22, 2021
ଅପରପକ୍ଷରେ ଅନୁଗୁଳରୁ ୮୬୪, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବାଲେଶ୍ୱରରୁ ୫୦୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩ , କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୭୦୮ଜଣ ଓ ଷ୍ଟେଟ୍ ପୁଲରୁ ୨୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୯, ୫୩୦ରେ ପହଞ୍ଚିଥିବା ବେଳେ ୫,୬୭,୩୮୨ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧ଲକ୍ଷ ୦୯,୬୩୯ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।
The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧,୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ first appeared on Sambad.from କରୋନା | Sambad https://ift.tt/2QJQbuC
0 Comments