
ଓଟାୱା: କୋଭିଡ୍-୧୯ ପରିସ୍ଥିତିର ଅବନତି କାରଣରୁ ଭାରତ ଓ ପାକିସ୍ତାନରୁ ଆସୁଥିବା ଯାତ୍ରୀବାହୀ ବିମାନଗୁଡ଼ିକ ଉପରେ କାନଡା ସରକାର ଜାରି କରିଥିବା ନିଷେଧାଜ୍ଞାକୁ ପୁଣି ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଶୁକ୍ରବାର ଦିନ କାନଡୀୟ ପରିବହନ ମନ୍ତ୍ରୀ ଓମାର ଅଲ୍ଘାବ୍ରା ଏକଥା ଘୋଷଣା କରି କହିଲେ ଯେ, କୋଭିଡ୍-୧୯ ବିରୋଧୀ ସଂଘର୍ଷର ଅଂଶ ଭାବେ ବିମାନ ଆଗମନ ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାରତରେ ସଂକ୍ରମଣ ସଂଖ୍ୟା ହଠାତ୍ ବୃଦ୍ଧି ପାଇବା କାରଣରୁ ଏପ୍ରିଲ୍ ୨୨ ତାରିଖ ଦିନ ଓଟାୱା ପ୍ରଥମେ ଭାରତୀୟ ବିମାନ ଆଗମନ ଉପରେ ନିଷେଧାଦେଶ ଜାରି କରିଥିଲା। ସେବେଠାରୁ କାନଡାକୁ ଆସୁଥିବା ବିମାନଯାତ୍ରୀମାନଙ୍କ ମଧ୍ୟରେ ସଂକ୍ରମଣ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। କିନ୍ତୁ, ମାଲବାହୀ ବିମାନ ଉପରେ କୌଣସି ନିଷେଧାଜ୍ଞା ଜାରି କରାଯାଇନାହିଁ।
ଉଦ୍ବେଗଜନକ ହୋଇଥିବା କୋଭିଡ୍-୧୯ ‘ଭେରିଆଣ୍ଟ୍’ ସଂକ୍ରମଣ ପ୍ରତିହତ କରିବା ସହ କାନଡୀୟମାନଙ୍କୁ ନିରାପଦରେ ରଖିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ସେ କହିଛନ୍ତି।
କାନଡୀୟ ସରକାରୀ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ସମୀପାରି ଗମନାଗମନ ବ୍ୟବସ୍ଥା ଚାଲୁ କରିବା ପାଇଁ ତରବର ହେବା ଅନାବଶ୍ୟକ। ଜନସ୍ବାସ୍ଥ୍ୟ ସୁରକ୍ଷିତ ରହିବା ଗୁରୁତ୍ବପୂର୍ଣ୍ଣ।
The post ଜୁନ୍ ୨୧ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଯାତ୍ରୀବାହୀ ବିମାନ ପ୍ରତି ନିଷେଧାଦେଶ ବୃଦ୍ଧି କଲା କାନଡା first appeared on Sambad.from କରୋନା | Sambad https://ift.tt/34aFnbK
0 Comments