
ନୂଆଦିଲ୍ଲୀ: ଚଳିତମାସ ଶେଷ ଆଡ଼କୁ ଭାରତ ବଜାରରେ ରୁଷିଆର ସ୍ପୁଟନିକ-ଭି ଟିକା ଉପଲବ୍ଧ ହେବ। ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧.୫ ନିୟୁତ ସ୍ପୁଟନିକ୍-ଭି ଟିକା ଆସି ପହଞ୍ଚି ସାରିଛି। ଅନେକ ରାଜ୍ୟ ସରକାର, ଘରୋଇ ଡାକ୍ତରଖାନା ଆଦି ଡକ୍ଟର ରେଡିସ୍ ଲାବ୍ ସହିତ ଟିକା ପାଇଁ କଥାବାର୍ତ୍ତା ଚଳାଇଛନ୍ତି। ସ୍ପୁଟନିକ୍ ଭି ଟିକାକୁ ଭାରତରେ ଡକ୍ଟର ରେଡିସ୍ ମାର୍କେଟିଂ କରିବ। ଚଳିତମାସ ପହିଲାରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୧.୫ ନିୟୁତ ଟିକା ଆସିଥିବା ବେଳେ ଚଳିତମାସ ଆଉ ୧.୫ ନିୟୁତ ଟିକା ଦେଶରେ ଆସି ପହଞ୍ଚିବା ଆଶା କରାଯାଉଛି। ମୋଟ ଉପରେ ଭାରତକୁ ୧୮ ନିୟୁତ ଡୋଜ୍ ସ୍ପୁଟନିକ୍ ଭି ଟିକା ଆସିବ। ୩ ନିୟୁତ ଡୋଜ୍ ମେ ମାସରେ ଆସିବାକୁ ଥିବାବେଳେ ଜୁନରେ ୫ ନିୟୁତ ଏବଂ ଜୁଲାଇରେ ୧୦ ନିୟୁତ ଡୋଜ୍ ଟିକା ଆସିବ। ଦେଶରେ ବର୍ତ୍ତମାନ ଲୋକଙ୍କୁ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ଦିଆଯାଉ ଥିବାବେଳେ ସ୍ପୁଟନିକ ଭି ଟିକା ଆସିଲେ ଏହା ହେବ ତୃତୀୟ ଟିକା।
The post ଚଳିତମାସରେ ବଜାରକୁ ଆସିବ ସ୍ପୁଟନିକ-ଭି first appeared on Sambad.from କରୋନା | Sambad https://ift.tt/3uHZ3iZ
0 Comments