
ଵାସିଂଟନ: ଆମେରିକାରେ ଜାରି ରହିଥିବା ଗଣଟିକାକରଣ ପ୍ରକ୍ରିୟାରେ ୧୨ରୁ ୧୫ ବର୍ଷ ବୟସର ହିତାଧିକାରୀଙ୍କୁ ଫାଇଜର ଟିକା ଦେବା ପାଇଁ ବାଇଡେନ୍ ପ୍ରଶାସନ ସବୁଜ ସଂକେତ ଦେଇଛନ୍ତି। ବିଶେଷ କରି ମଧ୍ୟମ ଓ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଏହି ବର୍ଗର ହିତାଧିକାରୀମାନେ ଦୀର୍ଘ ବର୍ଷକ ପରେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଫେରିବା ପୂର୍ବରୁ ସେମାନଙ୍କର ଟିକାକରଣ ସାରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ବରେ ସମ୍ପ୍ରତି ମିଳୁଥିବା ଅନ୍ୟ କମ୍ପାନିର କୋଭିଡ୍ ଟିକାଗୁଡ଼ିକ କେବଳ ବୟସ୍କମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବେଳେ ଫାଇଜର କମ୍ପାନିର ଟିକା ହିଁ ୧୬ ବର୍ଷୀୟମାନଙ୍କ ପାଇଁ ବ୍ୟବହାରଯୋଗ୍ୟ। ତେବେ କାନାଡ଼ା ପ୍ରଥମ ଦେଶ ଭାବେ ତାହାର ୧୨ ବର୍ଷରୁ ଅଧିକ ବୟସର କିଶୋର କିଶୋରୀଙ୍କୁ ଏହି ଫାଇଜର ଟିକା ପ୍ରଦାନ କରିଛି। ଅପରପକ୍ଷେ, ଆମେରିକା ନିଜର ୧୨ ବର୍ଷରୁ ୧୫ ବର୍ଷ ବୟସର ପ୍ରାୟ ୨,୦୦୦ ସ୍ବେଚ୍ଛାସେବୀଙ୍କ ଠାରେ ଏହି ଟିକାର ନୈଦାନିକ ପରୀକ୍ଷଣ କରି ଏହା ୯୫ ପ୍ରତିଶତ ନିରାପଦ ଓ ଫଳପ୍ରଦ ରହୁଥିବା ସ୍ପଷ୍ଟ ହୋଇଛି।
The post ୧୨ରୁ ୧୫ ବର୍ଷୀୟ ଆମେରିକୀୟଙ୍କୁ ମିଳିବ ଫାଇଜର ଟିକା first appeared on Sambad.from କରୋନା | Sambad https://ift.tt/3uJhwf5
0 Comments