ବାରିପଦା: ମଣିଷ ପରେ ପ୍ରାଣୀଙ୍କୁ ଘାରିଛି କରୋନା ଭୟ। ମୟୂରଭଞ୍ଜରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି। ଆଜି ଏକ ନିରୀହ ପ୍ରାଣୀ ବଜ୍ରକାପ୍ତାକୁ କରୋନା ହୋଇଥିବା ଆଶଙ୍କା କରାଯାଇ ଏହାର ସ୍ବାବ୍ ସଂଗ୍ରହ କରାଯାଇଛି। ଉଲ୍ଲେଖଯୋଗ୍ୟଯେ ଚଳିତ ମାସ ୬ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗହୀରାପାଳ ଗାଁ’ରେ ଜିଲ୍ଲା ଆରକ୍ଷୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୮ କେଜି ଓଜନର ଏକ ବଜ୍ରକପ୍ତା ଉଦ୍ଧାର କରାଯାଇଥିଲା।

ତେବେ ଅଭିଯୁକ୍ତ ସିଙ୍ଗୁ ବାସ୍କେକୁ ଗିରଫ କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। କେବଳ ସିଙ୍ଗୁ ନୁହେଁ ତା’ର ପରିବାରରେ ମଧ୍ୟ କିଛି ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଯେହେତୁ ବଜ୍ରକପ୍ତାଟି ଅଭିଯୁକ୍ତର ଘରେ ୨ ଦିନ ରହିଥିଲା ତେଣୁ ଏହି ମାଂସାସୀ ପ୍ରାଣୀର ସ୍ଵାବ୍ ସଂଗ୍ରହ କରାଯାଇ ଆଜି କରୋନା ପରୀକ୍ଷା ନିମନ୍ତେ ପିଆରଏମ୍ ହସ୍ପିଟାଲକୁ ପଠାଯାଇଥିବା ବାରିପଦା ଡିଏଫ୍ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ପାଇଁ ପଠାଯାଇଛି।

କରୋନା ସନ୍ଦେହରେ କୌଣସି ପ୍ରାଣୀଙ୍କର ସ୍ବାବ୍ ସଂଗ୍ରହ ହେବା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି। ଦେଶରେ ମଧ୍ୟ ଏହା ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି। ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଆଇସୋଲେସନରେ ଥିବା ଏହି ବଜ୍ରକାପ୍ତା ନାକରୁ ପ୍ରାଣୀ ଚିକିତ୍ସକ ଡ. ପିୟୂଶ ସୋରେନ ସ୍ବାବ୍ ସଂଗ୍ରହ କରିଥିଲେ। ତେବେ ରିପୋର୍ଟ ପଜିଟିଭ୍ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏନେଇ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗରେ ଅଛୁ ବୋଲି ଡିଏଫ୍ଓ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଅଭିଯୁକ୍ତ ସହିତ ସଂସ୍ପର୍ଶରେ ଆସିଥିବା ବନବିଭାଗର କିଛି କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା ହୋଇଛି। ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି।

 

The post ପରୀକ୍ଷା ନିମନ୍ତେ ନିଆଗଲା ବଜ୍ରକପ୍ତାର ସ୍ବାବ୍, ଧରିଥିବା ଅଭିଯୁକ୍ତ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3eCAgHy