ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଏସ୍‌ପ୍ଲାନେଡ୍‌ ମଲ୍‌ ପାର୍କିଂସ୍ଥଳୀରେ ଡ୍ରାଇଭ୍‌-ଇନ୍ ଟିକା ଅଭିଯାନ ସଫଳ ଭାବେ କାର୍ଯ୍ୟକାରୀ ହେବା ପରେ ମଙ୍ଗଳବାର ଠାରୁ ଆଉ ତିନିଟି ସ୍ଥାନରେ ଏହିଭଳି ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପା‌ଇଁ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌, କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ସମେତ ପଟିଆସ୍ଥିତ କିଟ୍ ବିଶ୍ବବିଦ୍ୟାଳୟ କ୍ରିକେଟ ଷ୍ଟାଡିୟମକୁ ବଛାଯାଇଛି। ଏଠାରେ ପ୍ରତିଦିନ ୩୦୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସକାଳ ୮ଟା ୩୦ରୁ ଟିକାଦାନ ଆରମ୍ଭ ହେବ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ଟିକାଦାନ ଅଭିଯାନରେ ଲୋକମାନେ କାର୍, ବାଇକ୍‌ ଓ ଅଟୋ ଆଦିରେ ପାର୍କିଂସ୍ଥଳୀକୁ ଆସିବେ। ଏଠାରେ ସେମାନେ ମୋବାଇଲ୍‌ ନମ୍ବର କହି ଭିତରକୁ ପ୍ରବେଶ କରିବେ। କେହି ଗାଡ଼ିରୁ ଓହ୍ଲାଇବେନି। ପ୍ରସ୍ଥାନ ଦ୍ବାର ନିକଟରେ ଟିକା ନେଇ ବାହାରିବେ। ବାହାରେ ଅଧ ଘଣ୍ଟା ବିଶ୍ରାମ ନେବା ପରେ ଘରକୁ ଯାଇପାରିବେ। ଏହାଦ୍ବାରା ସାମାଜିକ ଦୂରତା ରହିବା ସହ ଲୋକମାନେ ନିଜକୁ ସୁରକ୍ଷିତ ମଣୁଛନ୍ତି। ତେଣୁ ଆଗକୁ ଏହିଭଳି ଅଧିକରୁ ଅଧିକ ସ୍ଥାନରେ ଟିକାଦାନ କାର୍ଯ୍ୟକ୍ରମ କରିବାକୁ ଯୋଜନା ଅଛି।

The post ଏସ୍‌ପ୍ଲାନେଡ୍‌ ସଫଳତା ପରେ ଆଜିଠୁ ଆଉ ୩ ସ୍ଥାନରେ ଡ୍ରାଇଭ୍-ଇନ୍‌ ଟିକା first appeared on Sambad.

from କରୋନା | Sambad https://ift.tt/33BSnqA