କରୋନା ସମଗ୍ର ବିଶ୍ବକୁ ଆକ୍ରାନ୍ତ କରିଛି। ଏହି ପରିସ୍ଥିତିରେ ସଚେତନତା, ପ୍ରତିରୋଧ, ପ୍ରତିଷେଧକ ବ୍ୟବସ୍ଥା ରହିବା ଆବଶ୍ୟକ। ଏହା ନାକ, ପାଟି, ଆଖି ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ରୋଗୀର କଥାବାର୍ତ୍ତା, ଶ୍ବାସ, ଛିଙ୍କ, କାଶ, କଫରୁ ବାହାରି ୬ ଫୁଟ ମଧ୍ୟରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରେ। ରୋଗୀ ବ୍ୟବହାର କରୁଥିବା ବସ୍ତୁର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ହୋଇଥାଏ। ସଂକ୍ରମଣ ହେବାର ୧୪ ଦିନ ମଧ୍ୟରେ ରୋଗର ଲକ୍ଷଣ ଯଥା ଥଣ୍ଡା, ସର୍ଦି, ନାକ, ଆଖିରୁ ପାଣି ବାହାରିବା, ଜ୍ବର, କାଶ ଆଦି ସାମାନ୍ୟ ବା ଗୁରୁତର ଭାବରେ ଦେଖାଦିଏ; ଯାହାର ଭୂତାଣୁ ପରିମାଣ, ରୋଗ ପ୍ରତିରୋଧ ଶକ୍ତି ଉପରେ ନିର୍ଭର କରେ। ଆଖି ଲାଲ ହେବା, ପାଣି ବହିବା, ଆଖି ଫୁଲିବା, ଯନ୍ତ୍ରଣା ହେବା ଆଦି ଲକ୍ଷଣ ଯାହା ସାଧାରଣ ଭୂତାଣୁ ଜନିତ ରୋଗରେ ଦେଖାଦିଏ, ଏଥିରେ ମଧ୍ୟ ଏହା ଦେଖାଯାଏ।

ଏହି ପରିପ୍ରେକ୍ଷୀରେ ଦୁଇଟି ଆର୍ୟୁବେଦିକ ଔଷଧର ବ୍ୟବହାର ଆଖିର ଚିକିତ୍ସା ସହିତ କରୋନା ରୋଗକୁ ଭଲ କରିବାରେ ସହାୟକ ହୁଏ। ଏହି ଆଖି ଔଷଧର ନାମ ହେଲା ITIS, ITONE । ଏହି ଆଖି ଡ୍ରପରେ ନିମ୍ବ, ହରିଡ଼ା, ତୁଳସୀ, ପୁଦିନା, ଭୃଙ୍ଗରାଜ ଆଦି ରହିଛି। ଏହା ବ୍ୟତୀତ ITIS ରେ ଚନ୍ଦନ ତେଲର ଦୁଇଟି ଅଂଶ ଶ୍ବେତ ଚନ୍ଦନ, ରକ୍ତଚନ୍ଦନ। ITONE ରେ ଶ୍ବେତ ଚନ୍ଦନ ରହିଛି। ଏହି ଦୁଇଟି ଆଖି ଔଷଧ ମଧ୍ୟରୁ ଯେକୌଣସି ଗୋଟିଏ ଡ୍ରପ ସକାଳେ, ସନ୍ଧ୍ୟାରେ ଦୁଇ ଥର, ଉଭୟ ଆଖିରେ ଏକ ବୂନ୍ଦା ଲେଖା ୩ ସପ୍ତାହ ପର୍ଯ୍ୟନ୍ତ ପକାଇଲେ କରୋନା ରୋଗର ପ୍ରକୋପ, ବିସ୍ତାରକୁ ନିୟନ୍ତ୍ରଣ କରାଯାଇ ପାରିବ। ମୁଁ, ମୋର ପରିବାର, ଆତ୍ମୀୟ ବନ୍ଧୁମାନେ ITIS ଆଖି ଡ୍ରପର ବ୍ୟବହାର କରି ଉତ୍ତମ ଫଳ ପାଇଛନ୍ତି। ଯେଉଁ ସ୍ଥାନରେ ସଂକ୍ରମଣ ଆରମ୍ଭ ହେବା ଦେଖାଯାଉଛି ସେଠାରେ ବାସ କରୁଥିବା ରୋଗୀ, ସଂସ୍ପର୍ଶରେ ଆସୁଥିବା ଲୋକେ ଏହି ଔଷଧ ବ୍ୟବହାର କଲେ ଭଲ। କୌଣସି ସ୍ଥାନରେ ଏହି ରୋଗ ପ୍ରାଦୁର୍ଭାବ ଦେଖାଯିବା ସମୟରେ କୋଭିଡ ନିମନ୍ତେ ଅନ୍ୟ ନିର୍ଦେଶ ମାନିବା ସହିତ ଦୁଇଟି ଔଷଧରୁ ଗୋଟିଏ ବ୍ୟବହାର କଲେ ଏହା କରୋନା ରୋଗ ପ୍ରତିରୋଧକ ଭାବରେ କାର୍ଯ୍ୟ କରିବ। ସରକାରଙ୍କ ଆଦେଶ ଅନୁଯାୟୀ, କୋଭିଡ ୧୯ର ପ୍ରତିଷେଧକ ଟିକା ନେବା ଆବଶ୍ୟକ।

ପ୍ରଫେସର ବିଭୁଦତ୍ତ ଦାସ
ଅବସରପ୍ରାପ୍ତ ପ୍ରଫେସର, ସମ୍ବଲପୁର

The post କୋଭିଡ ପାଇଁ ଦୁଇଟି ଆୟୁର୍ବେଦିକ ଆଖି ଔଷଧ first appeared on Sambad.

from କରୋନା | Sambad https://ift.tt/2RylsBc