
ନୂଆଦିଲ୍ଲୀ : ଦେଶରେ ଲଗାତାର ଷଷ୍ଠ ଦିନ ପାଇଁ ଦୈନିକ ସଂକ୍ରମଣ ଶୁକ୍ରବାର ୩ ଲକ୍ଷର ଯଥେଷ୍ଟ ତଳେ ରହିଛି। ସେହିପରି ପୂର୍ବଦିନ ତୁଳନାରେ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଖୁସିର ବିଷୟ ହୋଇଛି। ଏଥି ସହିତ ନୂତନ ସଂକ୍ରମିତଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସଂଖ୍ୟାରେ ଆରୋଗ୍ୟ ଲାଭ କରିବା ସହ ଦିନକୁ ଦିନ ସକ୍ରିୟ ମାମଲା କମି ଆସିବା ଅନ୍ୟତମ ଶୁଭ ସୂଚନା ହୋଇଛି। ତେବେ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହିବା ଚିନ୍ତାର ବିଷୟ ହୋଇଛି। ଗତ ୨୪ ଘଣ୍ଟା ଭିତରେ ୨,୫୭,୨୯୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଦିନ ତୁଳନାରେ ଏହା ପ୍ରାୟ ୨ ହଜାର କମ୍ ରହିଛି। ଦେଶରେ ଅଦ୍ୟାବଧି ମୋଟ ୨,୬୨,୮୯,୨୯୦ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜଣାଇଛି।
ଏହି ଦିନକ ଭିତରେ ଦେଶରେ ୪,୧୯୪ ଜଣ କୋଭିଡ୍ ପୀଡ଼ିତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅଦ୍ୟାବଧି ଦେଶରେ ମୋଟ ୨,୯୫,୫୨୫ ଜଣ ଏହି ମହାମାରୀରେ ଆଖି ବୁଜିଥିବା ଜଣାଯାଇଛି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୫୭,୬୩୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୩୦,୭୦,୩୬୫ ଜଣ ସୁସ୍ଥ ହୋଇଛନ୍ତି। ତଥାପି ଦେଶରେ ୨୯,୨୩,୪୦୦ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି।
The post ଦେଶରେ ଖସୁଛି ଦୈନିକ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3u7w3Qx
0 Comments