
ମାଇଁ ଲ୍ୟାବ କୋଭିଡ୍-୧୯କୁ ଅନୁମୋଦନ ଦେଲା ଆଇସିଏମ୍ଆର୍
୨୫୦ ଟଙ୍କାର କିଟ୍ରେ ପରୀକ୍ଷା କରି ୧୫ ମିନିଟ୍ରେ ଜାଣିହେବ ରିପୋର୍ଟ
ଭୁବନେଶ୍ବର : କୋଭିଡ ପରୀକ୍ଷା ରିପୋର୍ଟ ପାଇଁ ବର୍ତ୍ତମାନ ୨ରୁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏଥିଯୋଗୁଁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଆଶ୍ବସ୍ତିର ଖବର ଆସିଛି। ତାହା ହେଲା ଘରେ ରହି ମଧ୍ୟ ଜଣେ କୋଭିଡ ପରୀକ୍ଷା କରି ୧୫ ମିନିଟରେ ରିପୋର୍ଟ ଜାଣିପାରିବେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ମାତ୍ର ୨୫୦ ଟଙ୍କାରେ କିଟ୍ ନିକଟସ୍ଥ ଫାର୍ମାସିରୁ କ୍ରୟ କରିବାକୁ ପଡ଼ିବ। ଆଇସିଏମଆର ପକ୍ଷରୁ ମାଇଁ ଲ୍ୟାବ କୋଭିଡ-୧୯କୁ ଅନୁମୋଦନ ଦିଆଯିବା ପରେ ଏହା ସମ୍ଭବ ହେବ ବୋଲି ଆଶା ରହିଛି।
ଏହି କିଟ୍କୁ ଭାରତରେ ବିକଶିତ କରାଯାଇଛି, ଏହାର ନାମ କୋଭି ସେଲ୍ଫ ରଖାଯାଇଛି। କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଥିବ କିମ୍ବା କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେ ଏହାର ବ୍ୟବହାର କରିପାରିବେ। ଏଥିରେ ନମୁନା ସଂଗ୍ରହ ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ପଡ଼ିବ ନାହିଁ। କୋଭିଡ ପରୀକ୍ଷା ପାଇଁ ବ୍ୟବହୃତ ଏହି କିଟରେ ସବୁ ପ୍ରକାର ପରୀକ୍ଷା ଉପକରଣ ଥିବ। ଏଥିସହିତ ଏହାର ବ୍ୟବହାର କିଭଳି ହୋଇ ପାରିବ ତାର ଏକ ସୂଚନା ପତ୍ରିକା ମଧ୍ୟ ରହିବ। ଏଥିସହିତ ସ୍ବତନ୍ତ୍ର ବ୍ୟାଗ ରହିବ ଯାହା ଜରିଆରେ ଟେଷ୍ଟିଂ ଉପକରଣକୁ ସୁରକ୍ଷିତ ଭାବରେ ନଷ୍ଟ କରାଯାଇ ପାରିବ। କୋଭି ସେଲ୍ଫ ପରୀକ୍ଷା ପରେ ନେଗେଟିଭ ରିପୋର୍ଟ ଆସିଲେ ମଧ୍ୟ ବ୍ୟକ୍ତି ଜଣକଙ୍କ ଲକ୍ଷଣ ଥିଲେ ଆବଶ୍ୟକ ସ୍ବାସ୍ଥ୍ୟ ପରାମର୍ଶ ନେଇ ପାରିବେ। କୋଭିଡ ପରୀକ୍ଷା ନେଇ ଲୋକେ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୋଭି ସେଲ୍ଫ ଜରିଆରେ ଏହାର ସମାଧାନ ହୋଇ ପାରିବ।
ମାଇଁ ଲ୍ୟାବ ଡିସକଭରି ସଲ୍ୟୁସନର ପରିଚାଳନା ନିର୍ଦେଶକ ହସମୁଖ ରାଓ୍ବଲ କହିଛନ୍ତି, ସାମାନ୍ୟ ମୂଲ୍ୟରେ ଏହିଭଳି କିଟ ତିଆରି ହେବ। ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଜଣେ ବ୍ୟକ୍ତି ନିଜର କୋଭିଡ ପରୀକ୍ଷା ପରେ ମାଇଁ ଲ୍ୟାବ ଅଲପାଓ୍ବାର ମୋବାଇଲ ଆପ୍ ଜରିଆରେ ଆଇସିଏମଆରକୁ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଠାଇପାରିବେ। ଏହି ଛୋଟ ପଦକ୍ଷେପ ଦ୍ବିତୀୟ ଲହର ମୁକାବିଲାରେ ବଡ଼ ଲମ୍ପ ହେବ ବୋଲି କହିଛନ୍ତି ମାଇ ଲ୍ୟାବ ଡିସକଭରି ସଲ୍ୟୁସନର ଅନ୍ୟତମ ପରିଚାଳନା ନିର୍ଦେଶକ ସୁଜିତ ଜୈନ।
The post ନିଜେ କରିପାରିବେ କୋଭିଡ ପରୀକ୍ଷା first appeared on Sambad.from କରୋନା | Sambad https://ift.tt/3wrce8n
0 Comments