ନୂଆଦିଲ୍ଲୀ: ଦିଲ୍ଲୀର ସରୋଜ ହସ୍ପିଟାଲ୍‌ରେ ଏଯାବତ୍ ୮୦ଜଣ ଡାକ୍ତର କୋଭିଡ୍‌ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବିଗତ ୨୭ ବର୍ଷ ହେବ ଏହି ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ବରିଷ୍ଠ ସର୍ଜନ ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ୮୦ଜଣ ଡାକ୍ତରଙ୍କ ମଧ୍ୟରୁ ସମ୍ପ୍ରତି ଚିକିତ୍ସା ନିମନ୍ତେ ୧୨ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାକି ଡାକ୍ତରମାନ‌େ ‘ହୋମ୍‌ କ୍ବାରେଣ୍ଟିନ୍‌’ରେ ଅଛନ୍ତି। ମୃତ୍ୟୁବରଣ କରିଥିବା ବରିଷ୍ଠ ସର୍ଜନ୍‌ଜଣକ ହେଉଛନ୍ତି ଡାକ୍ତର ଏକେ ରାୱତ୍। ଡାକ୍ତର ରାୱତ୍ ସରୋଜ ହସ୍ପିଟାଲ୍‌ରେ ୨୭ ବର୍ଷ ହେବ କାର୍ଯ୍ୟ କରୁଥିଲେ।

Image Courtesy of NDTV

କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ସରୋଜ ହସ୍ପିଟାଲ୍‌ର ସମସ୍ତ ‘ଆଉଟ୍‌-ପେସେଣ୍ଟ୍‌ ଡିପାର୍ଟମେଣ୍ଟ୍‌’ ବନ୍ଦ ରଖାଯାଇଛି।

ରବିବାର ଦିନ ଦିଲ୍ଲୀର ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲ୍‌ରେ ଜଣେ ଯୁବ ଡାକ୍ତର କୋଭିଡ୍‌ଜନିତ ସ୍ବାସ୍ଥ୍ୟଗତ ଜଟିଳତା ଯୋଗୁଁ ପ୍ରାଣ ହରାଇଛନ୍ତି। ସେ ହେଉଛନ୍ତି ‘ଏମ୍‌ବିବିଏସ୍‌’ ହାସଲ କରି ଗତ ଜାନୁଆରି ମାସରେ ଇଣ୍ଟର୍ଣ୍ଣସିପ୍‌ ଶେଷ କରିଥିବା ଡାକ୍ତର ଅନସ ମୁଜାହିଦ।

The post ଦିଲ୍ଲୀର ସରୋଜ ହସ୍ପିଟାଲ୍‌ରେ ୮୦ ଡାକ୍ତର କୋଭିଡ୍ ପଜିଟିଭ୍‌, ବରିଷ୍ଠ ସର୍ଜନ ମୃତ first appeared on Sambad.

from କରୋନା | Sambad https://ift.tt/3bfaVBz