ଟିକା ନୀତିରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୂଲ୍ୟଗତ ପାର୍ଥକ୍ୟ, ଟିକା ନିଅଣ୍ଟ, ମନ୍ଥର ଆବଣ୍ଟନ ଯୋଗୁଁ ସମାଲୋଚିତ ହେବା ପରେ ‘ଟିକାକରଣ ନୀତି’କୁ ବଜାୟ ରଖିବାକୁ ଯାଇ ରବିବାର ବିଳମ୍ବିତ ରାତ୍ରରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ‘ଟିକାକରଣ ନୀତି’ରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ। ବିଚାର ବ୍ୟବସ୍ଥା ହସ୍ତକ୍ଷେପ କଲେ ପରିଣାମ ଅଭୂତପୂର୍ବ ଏବଂ ଅବାଞ୍ଛନୀୟ ହେବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ ଅଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଦୁଇଟି କମ୍ପାନି ସହ ସରକାର ଆଲୋଚନା କରିବା ପରେ ସମଗ୍ର ଦେଶରେ ଟିକାର ମୂଲ୍ୟ କେବଳ ସୁଲଭ ହୋଇ ନାହିଁ, ସମାନ ମଧ୍ୟ ରହିଛି। ଏହାଛଡ଼ା, କେତେକ ରାଜ୍ୟ ୧୮ରୁ ୪୫ ବର୍ଷ ବୟସ୍କବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଛନ୍ତି। ସେହିପରି, ଶ୍ମଶାନକର୍ମୀ ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତକର୍ମୀମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ ସେବାକାରୀ ତାଲିକାଭୁକ୍ତ କରାଯାଇ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି।

Image Courtesy of India Today

ସ୍ମରଣଯୋଗ୍ୟ, ସମ୍ବିଧାନର ଧାରା ୧୪ (ଆଇନ ଆଗରେ ସଭିଏଁ ସମାନ) ଏବଂ ଧାରା ୨୧ (ଜୀବନ ଓ ବ୍ୟକ୍ତି ସ୍ବାଧୀନତାର ସୁରକ୍ଷା) ଅନୁସାରେ ଟିକାର ମୂଲ୍ୟ କଥା ପୁନର୍ବିଚାର କରିବା ପାଇଁ ଗତ ସପ୍ତାହରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ଆଜି ସୁପ୍ରିମ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ।

The post ଟିକା ନୀତିରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ ବୋଲି ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/2SzMc4d

Post a Comment

0 Comments