
ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବଡ଼ଦର୍ଲିପାଲି ନିବାସୀ ତଥା ବିଜେଡି ନେତା ମିଥୁନ ମହାନନ୍ଦ (୪୭)ଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ସଂଗରୋଧରେ ଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଶନିବାର ତାଙ୍କୁ ବରଗଡ଼ ଖେଦାପାଲିସ୍ଥିତ କୋଭିଡ୍ ହାସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ସେ ତାଙ୍କ ପଛରେ ପତ୍ନୀ ସୁଶିଳା ଏକମାତ୍ର ପୁଅ ପରେଶ ଓ ଗୋଟିଏ ଝିଅ ପଙ୍ଗଜିନୀଙ୍କୁ ଛାଡି ଯାଇଛନ୍ତି। କରୋନା ପଜିଟିଭ୍ ହେତୁ ତାଙ୍କୁ ପିପଲମୁଣ୍ତାଠାରେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ଶବ ସତ୍କାର କରାଯାଇଥିଲା।
ବିଜେଡି ନେତା ଭାବରେ ସେ ଅମ୍ବାଭୋନା ଅଂଚଳରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କ ବିୟୋଗରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ତାଙ୍କ ବିୟୋଗରେ ଅମ୍ବାଭୋନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post କରୋନାରେ ଆଖିବୁଜିଲେ ବିଜେଡି ନେତା ମିଥୁନ ମହାନନ୍ଦ first appeared on Sambad.from କରୋନା | Sambad https://ift.tt/3vE6J6a
0 Comments