ସୋହେଲା : ମହାମାରୀ କରୋନା କାଳ ଆରମ୍ଭ ହେଲା ଦିନଠାରୁ ପ୍ରବାସୀ ତଥା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବା କରି ମନ୍ତ୍ରୀ ସୁଶାନ୍ତ ସିଂହ ଚର୍ଚ୍ଚାରେ ରହିଛନ୍ତି। ଗତ ୧ ତାରିଖ ସୋହେଲା ବ୍ଲକ ତବଡା ଗ୍ରାମର ଜଣେ ଯୁବକ କରୋନାରେ ସଂକ୍ରମିତ ହୋଇ କଷ୍ଟ ପାଉଥିବା ଖବର ପାଇ ମନ୍ତ୍ରୀ ନିଜେ ଆମ୍ବୁଲାନ୍ସ ଚଳାଇ ସେଠାରେ ପହଂଚିଥିଲେ। ରୋଗୀଙ୍କୁ ଆମ୍ବଲାନ୍ସରେ ଆଣି ସୋହେଲା ଡାକ୍ତରଖାନାରେ ଭର୍ତି କରିବା ସହିତ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ ନିର୍ଦେଶ ଦେଇଥିଲେ।

କରୋନାର ଦ୍ୱିତୀୟ ଲହରରେ ସୋହେଲା ଅଂଚଳରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ତ୍ରୀ ଶ୍ରୀ ସିଂହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ନିଜସ୍ୱ ଉଦ୍ୟମରେ ଏକ ନୂତନ ଆମ୍ବଲାନ୍ସ ଓ ୧୫ଟି ଅକ୍ସିଜେନ ସିଲିଣ୍ଡର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେହି ନୂତନ ଆମ୍ବୁଲାନ୍ସକୁ ଚଳାଇ ମନ୍ତ୍ରୀ ସଂକ୍ରମିତ ଯୁବକଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ପୂର୍ବରୁ ସୀମାନ୍ତ ଲୁହୁରାଚଟିରେ ପ୍ରବାସୀଙ୍କ ଖାଇବା ଓ ଘରକୁ ଯିବା ବ୍ୟବସ୍ଥା କରି ମନ୍ତ୍ରୀ ଶ୍ରୀ ସିଂହ ସବୁ ମହଲରୁ ପ୍ରଶଂସାର ପାତ୍ର ପାଲଟିଛନ୍ତି।

The post କରୋନା ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ first appeared on Sambad.

from କରୋନା | Sambad https://ift.tt/3eM69w5