
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍କି ବାତ୍’କୁ ସମାଲୋଚନା କରି ଆଜି କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ, ମାସକୁ ଥରେ ହେଉଥିବା ‘ଅଯଥା କଥା’ ବଳରେ ଦେଶ କୋଭିଡ୍-୧୯ ମହାମାରୀକୁ ମୁକାବିଲା କରିପାରିବ ନାହିଁ।
ହିନ୍ଦୀରେ ଟୁଇଟ୍ କରି କଂଗ୍ରେସ ନେତା ରାହୁଲ୍ କହିଛନ୍ତି, ମାସକୁ ଥରେ ‘ଅଯଥା କଥା’ ନୁହେଁ, କୋଭିଡ୍-୧୯ର ମୁକାବିଲା କରିବା ଲାଗି ସୁମୁଚ୍ଚିତ ଲକ୍ଷ୍ୟ, ନୀତି ଓ ପ୍ରତିବଦ୍ଧତା ଆବଶ୍ୟକ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦେଶ୍ୟରେ ମାସିକ ରେଡିଓ ଉଦ୍ବୋଧନ ‘ମନ୍କି ବାତ୍’ର ୭୭ତମ ସଂସ୍କରଣରେ ‘ଅମ୍ଳଜାନ ପାଇଁ ଦେଶ ଚଳାଇଥିବା ଉଦ୍ୟମ ଓ ପୂର୍ବ ଭାରତୀୟ ରାଜ୍ୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ।
ଶୁକ୍ରବାର ଦିନ ମଧ୍ୟ ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦୁର୍ବଳ ଟିକାନୀତି କାରଣରୁ ଦେଶରେ କୋଭିଡ୍-୧୯ର ଦ୍ବିତୀୟ ପ୍ରବାହ ଘଟିଲା। ଭାରତରେ ଟିକାନୀତି କରାଯାଇ ନାହିଁ। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି, କେନ୍ଦ୍ର ସରକାର ଦର୍ଶାଉଥିବା କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ଠିକ୍ ନୁହେଁ। ରିପୋର୍ଟ ନ ହୋଇ ମଧ୍ୟ ଅନେକ ମୃତ୍ୟୁ ଘଟୁଛି। କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟ ନ କଲେ ଆଗକୁ ଏହି ମହାମାରୀର ଆହୁରି ଅନେକ ପ୍ରବାହ ସଂଘଠିତ ହେବ।
The post ‘ଅଯଥା କଥା’ ବଳରେ କୋଭିଡ୍ ମୁକାବିଲା କରି ହେବ ନାହିଁ: ‘ମନ୍କି ବାତ୍’କୁ ସମାଲୋଚନା କରି କହିଲେ ରାହୁଲ୍ ଗାନ୍ଧୀ first appeared on Sambad.from କରୋନା | Sambad https://ift.tt/3fw21C7
0 Comments