ମଣ୍ଟ୍‌ରିଲ୍‌: ପ୍ରାୟ ୫୦ ହଜାର ଡୋଜ୍‌ ଆଷ୍ଟ୍ରାଜେନିକା କରୋନାଭାଇରସ୍‌ ଟିକାର ‘ଏକ୍ସପାଏରି ଡେଟ୍‌’କୁ ଆହୁରି ମାସେ ଘୁଞ୍ଚାଇଥିବା କଥା ଶନିବାର ଦିନ କାନଡୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ବିବୃତି ଦେଇ ‘ହେଲ୍‌ଥ୍ କାନାଡା’ କହିଛି ଯେ, ଦୁଇ ‘ଲଟ୍‌’ (ଛେକ) ଟିକାର ‘ଏକ୍ସପାଏରି ଡେଟ୍‌’ ମେ ୩୧ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏବଂ ଏହା ବୈଜ୍ଞାନିକ ପ୍ରମାଣସିଦ୍ଧ। ଫଳରେ କାନାଡାର ବିଭିନ୍ନ ପ୍ରଦେଶ ଏବଂ ଅଞ୍ଚଳ ଯଥେଷ୍ଟ ଟିକା ଗଚ୍ଛିତ ରଖି ଆବଶ୍ୟକମତେ କାନଡାବାସୀଙ୍କୁ ଯୋଗାଇ ଦେବା ସୁବିଧା ହେବ।

‘ହେଲ୍‌ଥ୍‌ କାନାଡା’ର ଜଣେ ମୁଖପାତ୍ର କହିଛନ୍ତି ଯେ, ମେ ୨୨ ତାରିଖ ସୁଦ୍ଧା ଦେଶରେ ଗଚ୍ଛିତ ଥିବା ୪୯,୦୦୦ ଡୋଜ୍‌ ଆଷ୍ଟ୍ରାଜେନିକା ଟିକାର ‘ଏକ୍ସପାଏରି’ ତାରିଖ ଥିଲା ମେ ୩୧। ‘ସିବିସି’ ରିପୋର୍ଟ ଅନୁସାରେ ଗଚ୍ଛିତ ଟିକାର ବହୁଳାଂଶ ଥିଲା ଅଣ୍ଟାରିଓ ପ୍ରଦେଶରେ।

Image Courtesy of Al Arabiya

ପୂର୍ବରୁ କାନଡୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଆଷ୍ଟ୍ରାଜେନିକା ଟିକାର ‘ସେଲ୍‌ଫ୍‌ଲାଇଫ୍‌’ ଛଅ ମାସ ବୋଲି ଅନୁମୋଦନ କରିଥିଲେ। କିନ୍ତୁ, ସେମାନେ କହିଛନ୍ତି ଯେ, ‘ପ୍ରଡକ୍ଟ ଷ୍ଟାବିଲିଟି ଆଣ୍ଡ୍‌ ମ୍ୟାଥ୍‌ମେଟିକାଲ୍‌ ମଡେଲିଙ୍ଗ୍‌ ଡାଟା’ ସମତେ ମେ ୨୭ ତାରିଖ ଦିନ କମ୍ପାନିରୁ ପାଇଥିବା ସୂଚନାରୁ ଜଣାପଡ଼ିଲା ଯେ, ଆମ ପାଖରେ ଥିବା ଦୁଇ ‘ଲଟ୍‌’ ଟିକାକୁ ଆହୁରି ମାସେ ପର୍ଯ୍ୟନ୍ତ ନିରାପଦ ତଥା ଫଳପ୍ରଦ ଭାବେ ବ୍ୟବହାର କରାଯାଇ ପାରିବ।

The post ନିର୍ଦ୍ଧାରିତ ସମୟ ଠାରୁ ଆଷ୍ଟ୍ରାଜେନିକା କୋଭିଡ୍‌ ଟିକାର ‘ଏକ୍ସପାଏରି ଡେଟ୍‌’ ଆହୁରି ମାସେ ଘୁଞ୍ଚାଇଲା କାନାଡା first appeared on Sambad.

from କରୋନା | Sambad https://ift.tt/2RMC4VX