
ଭୁବନେଶ୍ବର: ଝାରପଡ଼ା ଜେଲ୍ରେ କୋଭିଡ୍ରେ ଆକ୍ରାନ୍ତ ଜଣେ ଗୁରୁତର କଏଦୀଙ୍କ ଚିକିତ୍ସା ବିଳମ୍ବକୁ ନେଇ ଉତ୍ତେଜନା ଦେଖାଦେଛି। ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଉକ୍ତ କଏଦୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉ ନ ଥିବା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଛି। କିଛି ବ୍ୟକ୍ତି ଆଜି ଜେଲ ଆଗରେ ହଙ୍ଗାମା କରିଛନ୍ତି। ଖବର ପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଆକ୍ରାନ୍ତ କଏଦୀ ଜଣଙ୍କ ହେଲେ ନୀତିନ ନାୟକ। ସେ ପ୍ରାୟ ଦୁଇମାସ ହେଲା ଏକ ଗଣ୍ଡଗୋଳ ମାମଲାରେ ଜେଲ୍ରେ ଅଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଜେଲ୍ ଆଇସୋଲେସନ ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ସେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇ ନ ଥିଲା। ସେହିପରି ଆଜି ମଧ୍ୟ ନିଆଯାଇ ନ ଥିଲା। ଏହି ଖବର ତାଙ୍କର ଚିହ୍ନା ପରିଚିତ ବ୍ୟକ୍ତି ପାଇ ଯାଇଥିଲେ। ପ୍ରାୟ ୧୦ରୁ ଅଧିକ ବ୍ୟକ୍ତି ଝାରପଡ଼ା ଜେଲ୍ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପୂର୍ବରୁ ସେମାନେ ପଳାଇଥିଲେ। ଅନ୍ୟ ଜଣେ ବୟସ୍କ କଏଦୀଙ୍କର ମଧ୍ୟ ନିଶ୍ବାସ ନେବାରେ ସମସ୍ୟା ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜେଲ୍ ଅଧୀକ୍ଷକ ସରୋଜ ବିଶ୍ବାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଜେଲ ଡିଆଇଜି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କଏଦୀଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଜେଲ ପକ୍ଷରୁ ବିଏମସିକୁ କୁହାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ କଏଦୀ ଓ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୬ ଜଣ ପଜିଟିଭ୍ ବାହାରିଥିଲେ। ସେହିପରି ଲଗାତାର ଶନିବାର, ରବିବାର ଓ ସୋମବାର କୋଭିଡ୍ ପରୀକ୍ଷା କରାଯାଇଛି। କିନ୍ତୁ କେତେଜଣ ପଜିଟିଭ୍ ବାହାରିଛନ୍ତି ତାହା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
The post ଝାରପଡ଼ା ଜେଲ୍େର କୋଭିଡ୍ ଆକ୍ରାନ୍ତ କଏଦୀ ଗୁରୁତର: ଚିକିତ୍ସାରେ ବିଳମ୍ବ ଅଭିଯୋଗ, ଉତ୍ତେଜନା, ଆଉ ୨୧ ପଜିଟିଭ୍ first appeared on Sambad.from କରୋନା | Sambad https://ift.tt/34m5lJO
0 Comments