
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଗ୍ରାମାଞ୍ଚଳରେ ଯେଭଳି ନ ବ୍ୟାପେ ସେନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇ ପ୍ରତିଶେଧକ ମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି।
ଏଦିଗରେ ପଞ୍ଚାୟତରାଜ ସଂସ୍ଥାଗୁଡ଼ିକୁ ସଚେତନ କରିବା ପାଇଁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣର ଅପପ୍ରଚାରକୁ ପ୍ରତିହିତ କରିବା ତଥା ଗ୍ରାମାଞ୍ଚଳର ଲୋକମାନଙ୍କୁ ପ୍ରଚାର କାର୍ୟ୍ୟକ୍ରମ ଅନ୍ତର୍ଗତ ସଚେତନା ସୃଷ୍ଟି କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି। ରାଜ୍ୟ ସରକାରଙ୍କୁ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳବାସୀଙ୍କୁ ଟେଷ୍ଟିଂ ଟିକାକରଣ କେନ୍ଦ୍ର, ଡାକ୍ତର, ହସ୍ପିଟାଲ ଶଯ଼୍ୟା ଇତ୍ୟାଦିର ସୂଚନା ସଠିକ୍ ସମୟରେ ଉପଲବ୍ଧ ପାଇଁ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ସମ୍ପର୍କରେ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି।
ଗ୍ରାମୀଣ ସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଥଇଥାନ ଓ ରିଲିଫ୍ ଯୋଜନା ସମ୍ପର୍କୀତ ବ୍ୟବସ୍ଥାକୁ ମଧ୍ୟ କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ଆନ୍ତଃବିଭାଗ ତଦାରଖ କମିଟି ମଧ୍ୟ ଗଠନ କରିବା ପାଇଁ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି।
The post ଗ୍ରାମାଞ୍ଚଳରେ କରୋନା ଯେଭଳି ନ ବ୍ୟାପେ, ରାଜ୍ୟମାନଙ୍କୁ ପତ୍ର ଲେଖିଲା କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟ first appeared on Sambad.from କରୋନା | Sambad https://ift.tt/3o8eVsv
0 Comments