ଭୁବନେଶ୍ବର : କରୋନାକୁ ମାତ୍ ଦେଇଛନ୍ତି ୯୯ବର୍ଷର ବରିଷ୍ଠ ନାଗରିକ। ସହିଦନଗର ଅଞ୍ଚଳର ମୁରଲୀଧର ଦାସ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ୯୦ ଓ ୯୮ବର୍ଷର ଦୁଇ ବୃଦ୍ଧା ଏହି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି। ଚଳିତମାସ ୯ ତାରିଖରେ ମୁରଲୀଧର କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କର ପାର୍କିନସନ୍, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ଜଟିଳ ରୋଗ ରହିଥିଲା। ଏପରିକି ତାଙ୍କର ପୂର୍ବରୁ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇସାରିଛି। କରୋନାରେ ସଂକ୍ରମିତ ହେବା ପରେ ସେ ଠିକ୍‌ରେ କଥା ମଧ୍ୟ ହୋଇପାରୁ ନ ଥିଲେ। ହେଲେ ୧୧ଦିନର ଚିକିତ୍ସା ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇଛନ୍ତି।

The post କରୋନାରୁ ମୁକ୍ତ ହେଲେ ୯୯ବର୍ଷର ବରିଷ୍ଠ ନାଗରିକ first appeared on Sambad.

from କରୋନା | Sambad https://ift.tt/3u5izVz