ଭୁବନେଶ୍ବର : ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ସ୍ବାବ୍ ସଂଗ୍ରହ ବ୍ୟବସ୍ଥା ଆଜିଠୁ ଆରମ୍ଭ ହୋଇଥିବାବେଳେ ବିଏମ୍‌ସି ଗର୍ଭବତୀଙ୍କ ପାଇଁ ବି ଘରୁ ସ୍ବାବ୍‌ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗର୍ଭବତୀମାନେ ଏଣିକି ଧାଡ଼ିରେ ଛିଡ଼ା ହୋଇ ‌କୋଭିଡ୍‌ ପରୀକ୍ଷା କରିବାକୁ ପଡ଼ିବନି। ସମସ୍ତ ହସ୍ପିଟାଲରେ ଏବେ ପ୍ରସୂତିଙ୍କ ଆଡମିସନ୍ ପୂର୍ବରୁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେଣୁ ଗର୍ଭବତୀମାନେ ବିଭିନ୍ନ ହସ୍ପିଟାଲ, ଘରୋଇ ଲାବୋରେଟାରିରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନମୁନା ଦେଉଛନ୍ତି। ଏହାଦ୍ବାରା ସେମାନେ ଅହେତୁକ କଷ୍ଟ ପାଉଥିବାବେଳେ ସେଠାରେ କୋଭିଡ୍‌ ସଂକ୍ରମିତ ହେବାର ଭୟ ରହୁଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗର୍ଭବତୀମାନେ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ୧୯୨୯ ନମ୍ବରରେ ଫୋନ୍‌ କରି ବୁକିଂ କରିପାରିବେ। ବୁକିଂ ସମୟରେ ମୋବାଇଲ୍‌ ନମ୍ବର, ଠିକଣା, ନାମ ଆଦି ଦେବାକୁ ହେବ। ଯେଉଁଦିନ ଯିଏ ବୁକିଂ କରିବେ ତା’ପରଦିନ ବିଏମ୍‌ସିର ଟେଷ୍ଟିଂ ଭ୍ୟାନ୍ ତାଙ୍କ ଘରେ ପହଞ୍ଚି ନମୁନା ସଂଗ୍ରହ କରିବ। ତା’ପରଦିନ ସେମାନଙ୍କୁ ରିପୋର୍ଟ ମିଳିଯିବ।

The post ଗର୍ଭବତୀଙ୍କ ଘରୁ ସଂଗ୍ରହ ହେବ ସ୍ବାବ୍, ୧୯୨୯ ନମ୍ବରରେ ଫୋନ୍‌ କରି ବୁକିଂ କରିବାକୁ ହେବ first appeared on Sambad.

from କରୋନା | Sambad https://ift.tt/33VunPE