ୱାସିଂଟନ୍‌: ଲୋକମାନଙ୍କୁ ଟିକା ଦିଆଇବା ହେଉଛି ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସଙ୍କଟର ଏକମାତ୍ର ଦୀର୍ଘକାଳୀନ ସମାଧାନର ଉପାୟ ବୋଲି ରବିବାର ଦିନ ଆମେରିକାର ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି। ଏଭଳି ମାରାତ୍ମକ ମହାମାରୀକୁ ମୁକାବିଲା କରିବା ପାଇଁ ଦେଶ ଏବଂ ବୈଶ୍ବିକସ୍ତରରେ ଟିକା ଉତ୍ପାଦନ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

‘ଏବିସି ନିଉଜ୍‌’ ସହ ସାକ୍ଷାତ୍‌କାର ବେଳେ ଡାକ୍ତର ଫାଉଚି କହିଛନ୍ତି, ଲୋକମାନଙ୍କୁ ଟିକା ଦିଆଇବା ହିଁ ହେଉଛି ଏସବୁର ଅବସାନ। ଭାରତ ହେଉଛି ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ। ସେମାନେ କେବଳ ସ୍ବଦେଶରୁ ନୁହେଁ ବିଦେଶରୁ ମଧ୍ୟ ସମ୍ବଳ ପାଇବା ଆବଶ୍ୟକ।

Image Courtesy of News18

ତେଣୁ, ଅନୁଦାନ ଆକାରରେ ଟିକା ପାଇବା ପାଇଁ  ଏବଂ ଭାରତୀୟମାନଙ୍କୁ ସେମାନଙ୍କ ନିଜ ପାଇଁ ଟିକା ଉତ୍ପାଦନ କରାଇବାରେ ସହାୟକ ହେବା ଲାଗି ଅନ୍ୟ ଦେଶମାନେ ଅବଦାନ ଦେବା ଆବଶ୍ୟକ। ସେଭଳି କାମ କରିବାର ଗୋଟିଏ ଉପାୟ ‌ହେଉଛି, କୋଟି କୋଟି ଡୋଜ୍‌ ଟିକା ଉତ୍ପାଦନ କରିବାର ସାମର୍ଥ୍ୟ ଥିବା କମ୍ପାନିମାନଙ୍କୁ ସେମାନଙ୍କ ଟିକା ଉତ୍ପାଦନ ହାର ଦ୍ରୁତ ବେଗରେ ବୃଦ୍ଧି କରାଇବାରେ ସହଯୋଗ କରିବା।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ଫାଉଚି କହିଲେ, ବର୍ଷେ ତଳେ ଚୀନ୍‌ ଯେମିତି ଅସ୍ଥାୟୀ ‘ଫିଲ୍‌ଡ୍‌ ହସ୍ପିଟାଲ୍‌’ କରିଥିଲା ଭାରତ ତୁରନ୍ତ ସେଭଳି କରିବା ଆବଶ୍ୟକ। ତାହାହିଁ ଆବଶ୍ୟକ। ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ହେତୁ ଆପଣ ଲୋକମାନଙ୍କୁ ରାସ୍ତାରେ ଶୁଆଇ ପାରିବେ ନାହିଁ। ସେଠାକାର ଅକ୍ସିଜେନ୍‌ ପରିସ୍ଥିତି ମଧ୍ୟ ବାସ୍ତବିକ ସଙ୍କଟଜନକ। ମୋର କହିବା କଥା ହେଲା, ଲୋକେ ଅକ୍ସିଜେନ୍‌ ନ ପାଇବା ସତରେ ବଡ଼ ଦୁଃଖର ବିଷୟ। ସେଠାରେ କ’ଣ ଚାଲିଛି?

ଟିକା ବ୍ୟତିରେକେ, କୋଭିଡ୍‌-୧୯ ସଙ୍କଟ ସମାଧାନର ଆଉ ଏକ ଉପାୟ ହେଉଛି ‘ସଟ୍‌ଡାଉନ୍‌’। ଏହା ନିତାନ୍ତ ଆବଶ୍ୟକ ବୋଲି ଅତୀତରେ ମୁଁ ସେମାନଙ୍କୁ ପରାମର୍ଶ ଦେଇଥିଲି। କେତେକ ଭାରତୀୟ ପ୍ରଦେଶ ତାହା କରିଛନ୍ତି ବୋଲି ମୁଁ ଶୁଣୁଛି। ଯେମିତି ହେଉ, ସଂକ୍ରମଣ ଶୃଙ୍ଖଳ ଛିନ୍ନ କରାଯିବା ଆବଶ୍ୟକ।

The post ଟିକାକରଣ ହେଉଛି ଭାରତରେ କୋଭିଡ୍‌-୧୯ ସଙ୍କଟର ଦୀର୍ଘକାଳୀନ ସମାଧାନ: ଡାକ୍ତର ଫାଉଚି first appeared on Sambad.

from କରୋନା | Sambad https://ift.tt/3y7NVhJ